ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଠକେଇ ମାମଲା: ଦେଶର ୨୯ଟି ସ୍ଥାନରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ୨୫ କୋଟି ଟଙ୍କା ଠକେଇ ଅଭିଯୋଗ ପଦାକୁ ଆସିବା ପରେ ଆଜି  ଦେଶର ୨୯ଟି ସ୍ଥାନରେ ସିବିଆଇ ଆଜି ଚଢ଼ାଉ କରିଛି। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଓଡ଼ିଶାର ୧୭ ,ପଶ୍ଚିମବଙ୍ଗର ୧୦ ଓ ମହାରାଷ୍ଟ୍ରର ୨ଟି ସ୍ଥାନରେ ଚଢ଼ାଉ ହୋଇଛି।

କିଛି ବ୍ୟାଙ୍କ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଏହି ଠକେଇ ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା।