ରାଉରକେଲା: ଚେଙ୍କ ଦିଆଯାଇଥିବା ୧ ମାସର ଶିଶୁପୁତ୍ରର ମୃତ୍ୟୁ

ରାଉରକେଲା: ଚେଙ୍କ ଖାଇ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଏକ ୧ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏହି ଘଟଣାରେ ଶିଶୁଟିକୁ ଚେଙ୍କ ଦେଇଥିବା ମହିଳା ଶାନ୍ତି ଦାଶକୁ ପୋଲିସ ଗିରଫ କରିଛି। ସୁନ୍ଦରଗଡ଼ ଜିଲ୍ଲା ଦେଓଗାଁ ଲୋହାର ବସ୍ତିରେ ରହୁଥିବା ଚିଆଁ ବର୍ଲାଙ୍କ ଏହି ଏକ ମାସର ଶିଶୁପୁତ୍ରର ହାତରେ କଳା ଶିର ଦେଖାହେବାରୁ ଏହା ଅଶୁଭ ମଣି ପରିବାର ଲୋକଙ୍କ ସହମତିରେ ତାଙ୍କୁ ଚେଙ୍କ ଦିଆଯାଇଥିଲା। ବସ୍ତିର ଜଣେ ମହିଳା ଶିଶୁଟିର […]

roulkela

roulkela

Rakesh Mallick
  • Published: Friday, 11 March 2016
  • Updated: 11 March 2016, 02:30 PM IST

Sports

Latest News

ରାଉରକେଲା: ଚେଙ୍କ ଖାଇ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଏକ ୧ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏହି ଘଟଣାରେ ଶିଶୁଟିକୁ ଚେଙ୍କ ଦେଇଥିବା ମହିଳା ଶାନ୍ତି ଦାଶକୁ ପୋଲିସ ଗିରଫ କରିଛି।

ସୁନ୍ଦରଗଡ଼ ଜିଲ୍ଲା ଦେଓଗାଁ ଲୋହାର ବସ୍ତିରେ ରହୁଥିବା ଚିଆଁ ବର୍ଲାଙ୍କ ଏହି ଏକ ମାସର ଶିଶୁପୁତ୍ରର ହାତରେ କଳା ଶିର ଦେଖାହେବାରୁ ଏହା ଅଶୁଭ ମଣି ପରିବାର ଲୋକଙ୍କ ସହମତିରେ ତାଙ୍କୁ ଚେଙ୍କ ଦିଆଯାଇଥିଲା। ବସ୍ତିର ଜଣେ ମହିଳା ଶିଶୁଟିର ପେଟରେ ୧୦ଟି ଚେଙ୍କ ଦେଇଥିଲେ। ଫଳରେ ଶିଶୁଟି ଗୁରୁତର ହୋଇପଡ଼ିଥିଲା। ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଚେଙ୍କ ଯୋଗୁଁ ଗତକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୩୪ ଦିନର ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା।

କେନ୍ଦୁଗୁଡା ଗାଁର ଲକ୍ଷ୍ମୀ ପୂଜାରୀଙ୍କ ଶିଶୁକନ୍ୟା ପେଟ ରୋଗରେ ଆକ୍ରାନ୍ତ ହୋଇଥିଲା। ଚିକିତ୍ସା ଲାଗି ଲକ୍ଷ୍ମୀ ରବିବାର ଶିଶୁକନ୍ୟାକୁ ଦିଶାରୀଙ୍କ ପାଖକୁ ନେଇଥିଲେ। ସେଠାରେ ଦିଶାରୀ ଶିଶୁକନ୍ୟାଟିର ପେଟରେ ଚେଙ୍କ ଦେଇଥିଲେ। ଚେଙ୍କ ପରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଜଟିଳ ହୋଇପଡ଼ିବାରୁ ଗତ ମଙ୍ଗଳବାର ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ଗତ ୩ ମାସ ମଧ୍ୟରେ ଏପରି ଘଟଣାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ୮ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଘଟଣା ପଦାକୁ ଆସିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos