ରାୟଗଡ଼ା: ପୋଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

ରାୟଗଡ଼ା: ପୁଣି ମାତିଲେ ମାଓବାଦୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନିରୁଗୁଣ୍ଡିରେ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକଙ୍କ ନାଁ ଶ୍ୟାମ ସିକୋକା। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଗତ ମଙ୍ଗଳବାର ରାୟଗଡ଼ା ଜିଲ୍ଲା ନିୟମଗିରି ଲଖପଦରରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ଏହି ବିସ୍ଫୋରଣ କରାଯାଇଥିଲା। ତେବେ କୌଣସି ସୁରକ୍ଷାକର୍ମୀ ଏଥିରେ ହତାହତ ହୋଇ ନ ଥିଲେ। ବିସ୍ଫୋରଣ ପରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ପୋଲିସ୍ ପକ୍ଷରୁ ୪୨ ରାଉଣ୍ଡ ଗୁଳି ଚଳା ଯାଇଥିଲା। ତେବେ ମାଓବାଦୀମାନେ ସେଠାରୁ ଖସି ଯିବାରେ ସଫଳ ହୋଇଥିଲେ। ପୋଲିସ୍ ଘଟଣାସ୍ଥଳରୁ ୫ଟି ଗୁଳି, ଗୋଟିଏ ଟିଫିନ୍ ବୋମା ଓ ଆଉ କିଛି ମାଓ ସାମଗ୍ରୀ ଜବତ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।