ରାୟଗଡ଼ା: କାଶିପୁର ବ୍ଲକ୍ ଜାମୁଗଡ଼ାରେ ବ୍ୟାପୁଛି ଆନ୍ଥ୍ରାକ୍ସ, ୪ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ ଟିକିରି ପଞ୍ଚାୟତ ଜାମୁଗଡ଼ାରେ ଆନ୍ଥ୍ରାକ୍ସ ରୋଗ ବ୍ୟାପିବାରେ ଲାଗିଛି। ସାତଦିନ ମଧ୍ୟରେ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅନ୍ୟ ୫ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ଗାଈ ମାଂସ ଖାଇବା ଯୋଗୁଁ ଆନ୍ଥ୍ରାକ୍ସ ବ୍ୟାପିଥିବା ଜଣାପଡ଼ିଛି। ଗାଁରେ ଏକ ମେଡିକାଲ୍ ଟିମ୍‌ ପହଞ୍ଚି ଚିକିତ୍ସା କରୁଛି।