ରାୟଗଡ଼ା: ରେଲୱେ ଓଭରବ୍ରିଜରୁ ଖସି ପଡ଼ିଲା ଟ୍ରକ୍, ହେଲପର ମୃତ, ଡ୍ରାଇଭର ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷକଟକ ଥାନା ଚାଟିକଣା ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ରେଲୱେ ଓଭରବ୍ରିଜ୍ ଉପରୁ ଏକ ଟ୍ରକ ଖସି ପଡ଼ିବାରୁ ହେଲପରର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଟ୍ରକଟି ଏକ ମାଲବାହୀ ଟ୍ରେନ୍ ଉପରେ ପଡ଼ି ଯାଇଥିଲା। ଫଳରେ ୨ଟି ଟ୍ରାକରୁ ଗୋଟିଏରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିବାରୁ ଆଜି ଲୋକେ ସେଠାରେ ରାସ୍ତାରୋକ କରିଛନ୍ତି।