ରାସନକାର୍ଡ ଦୁର୍ନୀତି: ରାୟଗଡ଼ା ଜିଲ୍ଲା ବନ୍ଦ

ରାୟଗଡ଼ା: ରାସନକାର୍ଡ ଦୁର୍ନୀତି ପ୍ରତିବାଦରେ ବିଜେପି ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବ ସକାଳେ ଦେଖିବାକୁ ମିଳିଛି। ସମସ୍ତ ଦୋକାନବଜାର ବନ୍ଦ ରହିଛି। ରାୟଗଡ଼ା ସମେତ ଗୁଣୁପୁର, ରାମନାଗୁଡ଼ା ଓ ପଦ୍ମପୁରରେ ଗାଡି ଚଳାଚଳ ଠପ୍ ହୋଇଯାଇଛି। ଯାହାଦ୍ୱାରା ଲୋକେ ଯିବାଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଗୁଣୁପୁରରେ ବିଜେପି କର୍ମୀମାନେ ପିକେଟିଂ କରିବା ସହିତ ରାସ୍ତାରୋକ କରିଛନ୍ତି। ଏଥିପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି। ଜିଲ୍ଲା ବିଜେପି […]

rayagada

rayagada

Rakesh Mallick
  • Published: Tuesday, 02 August 2016
  • Updated: 02 August 2016, 12:21 PM IST

rayagadaରାୟଗଡ଼ା: ରାସନକାର୍ଡ ଦୁର୍ନୀତି ପ୍ରତିବାଦରେ ବିଜେପି ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବ ସକାଳେ ଦେଖିବାକୁ ମିଳିଛି। ସମସ୍ତ ଦୋକାନବଜାର ବନ୍ଦ ରହିଛି। ରାୟଗଡ଼ା ସମେତ ଗୁଣୁପୁର, ରାମନାଗୁଡ଼ା ଓ ପଦ୍ମପୁରରେ ଗାଡି ଚଳାଚଳ ଠପ୍ ହୋଇଯାଇଛି। ଯାହାଦ୍ୱାରା ଲୋକେ ଯିବାଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଗୁଣୁପୁରରେ ବିଜେପି କର୍ମୀମାନେ ପିକେଟିଂ କରିବା ସହିତ ରାସ୍ତାରୋକ କରିଛନ୍ତି। ଏଥିପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି।

ଜିଲ୍ଲା ବିଜେପି ସଭାପତି ଶିବ ଶଙ୍କର ଉଲ୍ଲାକା କହିଛନ୍ତି, “ରାଜ୍ୟ ସରକାର ରାସନକାର୍ଡ଼ରେ ପ୍ରଦାନରେ ବ୍ୟାପକ ଅନିୟମିତତା କରି ଗରିବ ଆଦିବାସୀଙ୍କୁ ଧମକଚମକ୍ ଦେଇ ଏବେ ଜରିମାନା ଆଦାୟ କରୁଛନ୍ତି। ଏହାକୁ ବିଜେପି କେବେହେଲେ ବରଦାସ୍ତ କରିପାରିବନାହିଁ। ଯଥାଶୀଘ୍ର ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ଼ ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ବିଜେପି ପୁନର୍ବାର ରାଜରାସ୍ତାକୁ ଓହ୍ଲାଇବ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos