ବିଧାନସଭାରେ ପୁଣି ଉଠିଲା ରମାଦେବୀ ପ୍ରସଙ୍ଗ: ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ବିଧାନସଭାରେ ସୋମବାର ପୁଣି ଉଠିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ପ୍ରସଙ୍ଗ। ଆଜି ଶୂନକାଳରେ ଏ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ। ସେ କହିଥିଲେ ଯେ ଏ ପ୍ରସଙ୍ଗରେ ସଂସଦୀୟ ମନ୍ତ୍ରୀ ଗୃହରେ ଯେଉଁ ବିବୃତି ଦେଇଥିଲେ ତାହା ସତ୍ୟ ଉପରେ ଆଧାରିତ ନ ଥିଲା। ବିରୋଧୀ ଦଳ ନେତାଙ୍କ ଏହି ନୋଟିସ୍ ଉପରେ ରୁଲିଂ ଜାରି […]

narasinghamishra

narasinghamishra

Rakesh Mallick
  • Published: Monday, 07 December 2015
  • Updated: 07 December 2015, 07:53 AM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ସୋମବାର ପୁଣି ଉଠିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ପ୍ରସଙ୍ଗ। ଆଜି ଶୂନକାଳରେ ଏ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ। ସେ କହିଥିଲେ ଯେ ଏ ପ୍ରସଙ୍ଗରେ ସଂସଦୀୟ ମନ୍ତ୍ରୀ ଗୃହରେ ଯେଉଁ ବିବୃତି ଦେଇଥିଲେ ତାହା ସତ୍ୟ ଉପରେ ଆଧାରିତ ନ ଥିଲା।

ବିରୋଧୀ ଦଳ ନେତାଙ୍କ ଏହି ନୋଟିସ୍ ଉପରେ ରୁଲିଂ ଜାରି କରି ବାଚସ୍ପତି କହିଥିଲେ ଯେ ଏ ପ୍ରସଙ୍ଗରେ ସ୍ଥିତିର ଅନୁଧ୍ୟାନ କରାଯିବ। ସ୍ଥିତିର ଅନୁଧ୍ୟାନ କରିବା ପରେ ଯେକୌଣସି ନିଷ୍ପତ୍ତି ନିଆଯିବ।

କଂଗ୍ରେସର ବରିଷ୍ଠ ବିଧାୟକ ନବ ଦାସ କହିଛନ୍ତି ଯେ ଦଳୀୟ ବିଧାୟକଙ୍କ ସହିତ ଏକ ବୈଠକରେ ଆଲୋଚନା ପରେ ବିରୋଧୀ ଦଳ ନେତା ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ନାଁରେ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ। ରମାଦେବୀ ଛାତ୍ରୀ ଅଟକ ପ୍ରସଙ୍ଗରେ ନଭେମ୍ବର ୫ ତାରିଖରେ ସଂସଦୀୟ ମନ୍ତ୍ରୀ ଯେଉଁ ବିବୃତି ଦେଇଥିଲେ ତାହା ମିଛ ଥିଲା। ରମାଦେବୀ କଲେଜର ବାର୍ଷିକ ଉତ୍ସବ ବେଳେ କିପରି କିଛି ଛାତ୍ରୀଙ୍କୁ ତାଲା ପକାଇ ଅଟକ ରଖାଯାଇଥିଲା ସେ ନେଇ ସବୁ ଖବର କାଗଜରେ ଫଟୋ ପ୍ରକାଶିତ ହୋଇଛି। ଟିଭି ଚ୍ୟାନେଲଗୁଡ଼ିକ ମଧ୍ୟ ଏନେଇ ଚିତ୍ର ଦେଖାଇଛନ୍ତି। ତଥାପି ସଂସଦୀୟ ମନ୍ତ୍ରୀ ବିଧାନସଭା ଭଳି ଏକ ପବିତ୍ର ଗୃହରେ କହିଥିଲେ ଯେ ଛାତ୍ରୀମାନଙ୍କୁ ଆବଦ୍ଧ କରି ଅଟକ ରଖାଯାଇ ନ ଥିଲା। ଏହା ସଂପୂର୍ଣ୍ଣ ମିଛ।

ଅନ୍ୟପକ୍ଷରେ ଶାସକ ବିଜେଡି ପୁଣି ଦାବି କରିଛି ଯେ ରମାଦେବୀରେ ଛାତ୍ରୀଙ୍କୁ କୌଣସି ଆବଦ୍ଧ କୋଠରୀ ମଧ୍ୟରେ ଅଟକ ରଖାଯାଇ ନ ଥିଲା। କେବଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଛାତ୍ରୀଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ସେମାନଙ୍କୁ ଆବଦ୍ଧ ସ୍ଥାନରେ ଅଟକ ରଖାଯାଇ ନ ଥିଲା ବୋଲି ବିଜେଡି ବିଧାୟକ ପ୍ରତାପ ଜେନା କହିଛନ୍ତି।

ସୂଚନାଯୋଗ୍ୟ, ରମାଦେବୀ ପ୍ରସଙ୍ଗରେ ଗତ ଶନିବାର ବିଧାନସଭାରେ ବିବୃତି ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ କୌଣସି ଆବଦ୍ଧ ସ୍ଥାନରେ ଛାତ୍ରୀଙ୍କୁ ଅଟକ ରଖାଯାଇ ନ ଥିଲା। ଗଣମାଧ୍ୟମରେ ପ୍ରସାରିତ ଖବରରେ କୌଣସି ସତ୍ୟତା ନାହିଁ। ସଭାସ୍ଥଳ ବା ୧ ନମ୍ବର ଫାଟକ ଦେଇ ଯିବାକୁ କାହାରିଙ୍କୁ ବାରଣ କରାଯାଇ ନ ଥିଲା। କିଛି ଛାତ୍ରୀ ନିଷିଦ୍ଧ ପଥ ଦେଇ ଯିବାକୁ ଉଦ୍ୟମ କରିଥିଲେ। ଉକ୍ତ ରାସ୍ତା ଦେଇ ନ ଯିବାକୁ ସେମାନଙ୍କୁ ବାରଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos