ବେଙ୍ଗାଲୁରୁର ଟେକ୍ନିକାଲ ଏକ୍ସପର୍ଟଙ୍କ ସହ ରେହମାନର ରହିଛି ଲିଙ୍କ୍

ଭୁବନେଶ୍ୱର: ଜଗତପୁରର ପଶ୍ଚିମକଛ ଗାଁରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନର ବେଙ୍ଗାଲୁରୁ ଲିଙ୍କ୍ ନେଇ ତନାଘନା ଚଳାଇଛି ପୋଲିସ। ବେଙ୍ଗାଲୁରୁରେ କିଛି ଟେକ୍ନିକାଲ୍ ଏକ୍ସପର୍ଟଙ୍କ ସହ ରେହମାନର ଲିଙ୍କ୍ ଥିବା ସୂଚନା ପାଇଛି ପୋଲିସ। ଏହି ଏକ୍ସପର୍ଟଙ୍କ ମଧ୍ୟରେ କିଛି ଓଡ଼ିଆ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସେହିପରି କମିଶନରେଟ୍ ପୋଲିସର ଦୁଇଟି ଟିମ୍ ଦିଲ୍ଲୀ ଓ ଝାଡ଼ଖଣ୍ଡରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁରେ ଇଣ୍ଟରନ୍ୟାଶନାଲ୍ ଟେରରିଷ୍ଟ କାଫିଲକୁ ରେହମାନ ଭେଟିଥିଲା। ୨୦୦୭ ଗ୍ଲାସଗୋ […]

rehaman

rehaman

Rakesh Mallick
  • Published: Tuesday, 22 December 2015
  • Updated: 23 December 2015, 03:18 AM IST

Sports

Latest News

ଭୁବନେଶ୍ୱର: ଜଗତପୁରର ପଶ୍ଚିମକଛ ଗାଁରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନର ବେଙ୍ଗାଲୁରୁ ଲିଙ୍କ୍ ନେଇ ତନାଘନା ଚଳାଇଛି ପୋଲିସ। ବେଙ୍ଗାଲୁରୁରେ କିଛି ଟେକ୍ନିକାଲ୍ ଏକ୍ସପର୍ଟଙ୍କ ସହ ରେହମାନର ଲିଙ୍କ୍ ଥିବା ସୂଚନା ପାଇଛି ପୋଲିସ। ଏହି ଏକ୍ସପର୍ଟଙ୍କ ମଧ୍ୟରେ କିଛି ଓଡ଼ିଆ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସେହିପରି କମିଶନରେଟ୍ ପୋଲିସର ଦୁଇଟି ଟିମ୍ ଦିଲ୍ଲୀ ଓ ଝାଡ଼ଖଣ୍ଡରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବେଙ୍ଗାଲୁରୁରେ ଇଣ୍ଟରନ୍ୟାଶନାଲ୍ ଟେରରିଷ୍ଟ କାଫିଲକୁ ରେହମାନ ଭେଟିଥିଲା। ୨୦୦୭ ଗ୍ଲାସଗୋ ଏୟାରପୋର୍ଟ ଆକ୍ରମଣର ହ୍ୟୁମାନ୍ ବମ୍ ସାଜିଥିଲା କାଫିଲ୍। ସେହିପରି ବେଙ୍ଗାଲୁରୁରେ ହିଁ ଅଲକାଏଦା ଆତଙ୍କବାଦୀ ଆସିଫ୍ ସହିତ ରେହମାନର ଦେଖା ହୋଇଥିଲା। ଆଉ ଏବେ ବେଙ୍ଗାଲୁରୁର କିଛି ଟେକ୍ନିକାଲ ଏକ୍ସପର୍ଟଙ୍କ ଯୋଗାଯୋଗରେ ଥିଲା ରେହମାନ୍। ଏ ସବୁ ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ଦେଶର ଆଇଟି ସିଟି ବେଙ୍ଗାଲୁରୁ ଫୋକସରେ। ଅଧିକାଂଶ ସମୟ ରେହମାନ୍ ଏହି ସହରରେ ରହୁଥିଲା। ଅନେକ ସମୟରେ କିଛି ଟେକନିକାଲ୍ ଏକ୍ସପର୍ଟଙ୍କୁ ବି ଭେଟୁଥିଲା। ଏହି ଏକ୍ସପର୍ଟଙ୍କ ମଧ୍ୟରେ କିଛି ଓଡ଼ିଆ ଥିବାର ସନ୍ଦେହ କରାଯାଉଛି। ଅଧିକ ତଦନ୍ତ ପାଇଁ କମିଶନରେଟ୍ ପୋଲିସର ଏକ ଟିମ୍ ବେଙ୍ଗାଲୁରୁ ବି ଯାଇପାରେ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ଝାଡଖଣ୍ଡ ଓ ଦିଲ୍ଲୀ ଯାଇଥିବା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଦିଲ୍ଲୀ ପୋଲିସକୁ କମିଶନରେଟ୍ ପୋଲିସ ରେହମାନ୍ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିବା ବେଳେ କିଛି ସୂଚନା ବି ହାସଲ କରିଛି। କମିଶନରେଟ ପୋଲିସ ଦିଲ୍ଲୀ ପୋଲିସର ଜେରାରେ ବି ସାମିଲ ହେବ ବୋଲି ଜଣାପଡିଛି। ଝାଡଖଣ୍ଡ ଯାଇ ବିଭିନ୍ନ ସମୟରେ ରେହମାନ୍ ଉତ୍ତେଜନାମୂଳକ ଭାଷଣ ଦେଉଥିଲା। ଏଥିପାଇଁ ତା ନାଁରେ ଷ୍ଟେସନ ଡାଇରୀ ଦାଖଲ ହୋଇଥିଲା। ଝାଡଖଣ୍ଡରୁ ହିଁ ପିଲାଙ୍କୁ ଆଣୁଥିଲା ରେହମାନ୍। ମୁଖ୍ୟତଃ ଆର୍ଥିକ ଅବସ୍ଥା ଭଲ ନ ଥିବା ପରିବାରର ପିଲାଙ୍କୁ ହିଁ ରେହମାନ୍ ଝାଡଖଣ୍ଡରୁ ଆଣି ରଖିଥିଲା ତା’ର ମଦ୍ରାସାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story