ଜୁନ୍‌ ମାସରେ ଜନ୍ମ ହୋଇଥିବା ଶିଶୁ ଭିନ୍ନ, କାହିଁକି ଜାଣନ୍ତୁ ?

କର୍ମ ଅନୁସାରେ ଫଳ। ଭାରତୀୟ ଦର୍ଶନ ଏହାକୁ ବିଶ୍ୱାସ କରେ। କିନ୍ତୁ  ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି ଓ ଗ୍ରହ ମଧ୍ୟରେ  ଖୁବ୍‌ ଖାସ୍‌ ସଂଯୋଗ ଥାଏ। ସେହିପରି ଜନ୍ମମାସକୁ ନେଇ ମଧ୍ୟ  ମଣିଷର ଭାଗ୍ୟ ସହ ଜଡ଼ିତ ଥାଏ।  କେଉଁ ମାସରେ  ଜନ୍ମ ହେଲେ କ’ଣ ଫଳପ୍ରାପ୍ତି ହୋଇଥାଏ ତାହା ମଧ୍ୟ ଜ୍ୟୋତିଷଶାସ୍ତ୍ର ଅନୁସାରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ବୋଲି ବିଶ୍ୱାସ ରହିଛି। କୁହାଯାଏ ଜୁନ୍‌ ମାସରେ ଜନ୍ମିତ ହୋଇଥିବା ଶିଶୁ  ଅନ୍ୟମାନଙ୍କଠାରୁ ଭିନ୍ନ। ଧନ, ସମ୍ପତ୍ତି, ମାନ, ସମ୍ମାନ ସବୁଥିରେ ସେମାନେ ଖାସ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଜୁନ୍‌ ମାସରେ ଜନ୍ମ ହୋଇଥିବା ଶିଶୁ କେଉଁ ଗୁଣରେ ଭିନ୍ନ ହୋଇଥାନ୍ତି।

ସାଧାରଣ ଲାଭ-ଆପଣ ନିଜ ଆତ୍ମବଳ ସାହାଯ୍ୟରେ ଆଗକୁ ବଢି ସଫଳତା ପାଇପାରିବେ । ଏହା ସତ ଯେ, ପ୍ରତିଯୋଗିତା କଠିନ ହେବ, କିନ୍ତୁ ନିଜର ଅଭିଜ୍ଞତା ପାଇଁ ଆପଣ ଅନ୍ୟମାନଙ୍କଠାରୁ ଆଗକୁ ଯାଇପାରିବେ । ଆପଣଙ୍କ ପାଇଁ ଏହା ଉପଦେଶ କି ଭାଗ୍ୟଶାଳୀ ରତ୍ନ ଏବଂ ସମୟର ବୁଦ୍ଧିମତା ପୂର୍ଣ୍ଣ ବ୍ୟବହାର ଆପଣଙ୍କ ପରିସ୍ଥିତିକୁ ସୁଦୃଢ କରିବ ।

ଆପଣଙ୍କ କାର୍ଯ୍ୟଶୈଳୀ- ଆପଣଙ୍କ କାର୍ଯ୍ୟଶୈଳୀ ଅନ୍ୟମାନଙ୍କଠାରୁ ନିଆରା ଏବଂ ଅଦ୍ଭୁତ ହୋଇଥିବାରୁ ଖୁବ୍‌ ଶୀଘ୍ର ଆପଣଙ୍କୁ ମହତ୍ୱପୂର୍ଣ୍ଣ ଲୋକଙ୍କ ପ୍ରଶଂସା ମିଳିବ । ଏହା ମଧ୍ୟ ହୋଇପାରେ ଆପଣ କୌଣସି ପ୍ରଶାସନିକ କାର୍ଯ୍ୟକୁ ନିଜର ଆଦର୍ଶ ମାନିବେ ଯାହା ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭବାନ୍‌ କରିବ। ନଚେତ୍‌ ଆପଣ ଏମିତି କିଛି ଲେଖିବେ ଯାହାକୁ ଅନେକ ଲୋକ ପଢି ପ୍ରଶଂସା କରିବେ । ଏହା ବି ହୋଇପାରେ ଆପଣ ନିଜ ଚାକିରିରେ ଗୁଣ  ଏବଂ ମାନ ବୃଦ୍ଧି କରିବେ ।

ପ୍ରେମ ଏବଂ ପ୍ରଣୟ- ଭବିଷ୍ୟତରେ ପ୍ରେମ ବ୍ୟାପାରରେ ପ୍ରଥମେ ଆପଣଙ୍କୁ କଠିନ ସମସ୍ୟା ଦେଇ ଯିବାକୁ ପଡିପାରେ । ଆପଣଙ୍କ ସାଥୀକୁ ଲାଗିପାରେ କି ଆପଣ ଦେଇଥିବା ପ୍ରତିଶ୍ରୁତି ଛଳନା ବୋଲି। ମାତ୍ର ପରେ ଆପଣ ଏକ ଅର୍ଥପୂର୍ଣ୍ଣ ସମ୍ପର୍କର ଆନନ୍ଦ ନେବା ପାଇଁ ସମର୍ଥ ହୋଇପାରିବେ । ନିଜର ଇଚ୍ଛା ସବୁ କମ୍‌ କରିବା ପାଇଁ ଯଦି ଆପଣ ଅଳ୍ପ ଚେଷ୍ଟା କରିପାରନ୍ତି, ତେବେ ଆପଣଙ୍କ ପ୍ରେମ ସମ୍ପର୍କରେ ଉତ୍ସାହ ଆସିବ ।

ବ୍ୟବସାୟ ଏବଂ ଆର୍ଥିକ ସ୍ଥିତି- ଏଥିରେ ମହତ୍ୱପୂର୍ଣ୍ଣ ସମ୍ପର୍କ ତିଆରି କରିବାରେ ଆପଣ ସଫଳ ହୋଇପାରିବେ।ଯେଉଁଥିରେ ଆପଣ ଚାହୁଁଥିବା ହିସାବରେ ପଇସା ଲଗାତାର ଆସୁଥିବ । ଆପଣଙ୍କ ମଧ୍ୟରେ ଯଦି କାହାର ଇଚ୍ଛା  ଭୂମି ଏବଂ ସମ୍ପତ୍ତିରେ ରହିଛି ତେବେ ତାଙ୍କ ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ଅଛି ବୋଲି ଆପଣ ଅନୁଭବ କରିପାରିବେ । ଏହା ମଧ୍ୟ ହୋଇପାରେ ଆପଣ ନିଜ ବ୍ୟବସାୟରେ ଏକ ନୂଆ ଦିଗ ଦେଇ ଏହାର ମାନକୁ ବଢାଇ ପାରନ୍ତି ।

ସ୍ୱାସ୍ଥ୍ୟ: ଗଳା, ପେଟ ଏବଂ ଲିଭରକୁ ସମସ୍ୟା ଦେଖା ଦେଇପାରେ । ଏହାର ଉପଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତ ନିଅନ୍ତୁ ।

ଚେତାବନୀ: କୌଣସି ପ୍ରତିଯୋଗିତାରେ ଆପଣଙ୍କ ପ୍ରତିଦ୍ୱନ୍ଦୀ ନିଜର ପୂରା ବଳ ଖଟାଇବାର ସମ୍ଭାବନା ରହିଛି । ଏଥିପାଇଁ ଆପଣଙ୍କୁ ସତର୍କ ହେବାକୁ ପଡ଼ିବ।