ରିପୋର୍ଟ ଦେଲା କୁଇକ୍‌ ହିଲ୍‌: ଭାରତରେ ୪୮ ହଜାର ‘ରାନ୍‌ସମ୍‌ୱେର ଭାଇରସ’, ଟପ୍‌-୫ରେ ରହିଛି ଭୁବନେଶ୍ୱର

ମୁମ୍ବାଇ: ସାଇବର ଆକ୍ରମଣକୁ ନେଇ ଜାରି ରହିଛି ଆତଙ୍କ। ଭୟ ସୃଷ୍ଟି କରୁଛି ଭାଇରସ ‘ୱାନା କ୍ରାଏ ରାନ୍‌ସମ୍‌ୱେର’।  ମିଳିଥିବା ସୂଚନା ଅନୁଯାଇ  ଏହି ଭାଇରସ ଏବେ ଓଡ଼ିଶାରେ ମଧ୍ୟ ପ୍ରବେଶ କରିସାରିଛି। ଏହାର ଆକ୍ରମଣରେ ବ୍ରହ୍ମପୁର ହସପିଟାଲରେ କମ୍ପ୍ୟୁଟର ହ୍ୟାକ୍‌ ହୋଥିବା ଜଣାପଡ଼ିଛି। ତେବେ ଦେଶବ୍ୟାପି ୪୮ ହଜାର ରାନ୍‌ସମ୍‌ୱେର ଭାଇରସ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି। ମଙ୍ଗଳବାର ଏତେଗୁଡ଼ାଏ ଭାଇରସକୁ  ଚିହ୍ନଟ କରିଥିବା କୁଇକ୍‌ ହିଲ୍‌ କହିଛି।  କୁଇକ୍‌ ହିଲ୍‌ ହେଉଛି ପୁନେସ୍ଥିତ ଏକ ସାଇବର ସିକ୍ୟୁରିଟି ଫାର୍ମ।

ତେବେ ସବୁଠାରୁ ପଶ୍ଚିମବଙ୍ଗରେ ଅଧିକଥର ଆକ୍ରମଣ ପାଇଁ ଉଦ୍ୟମ ହୋଇଥିବା କୁଇକ୍‌ ହିଲ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି ୪୦ ପ୍ରତିଶତ ବ୍ୟକ୍ତିଗତ ଏବଂ ୬୦ ପ୍ରତିଶତ ଏଣ୍ଟରପ୍ରାଇଜେସ୍‌ କମ୍ପ୍ୟୁଟର ଉପରେ ଏହି ଆକ୍ରମଣ ପାଇଁ ଉଦ୍ୟମ ହୋଇଥିବା ଏହି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଭାଇରସ ଭାରତ ସମେତ ପ୍ରାୟ ୧୫୦ଟି ଦେଶକୁ କବଳିତ କରିଥିବା ସୂଚନା ମିଳିଛି।

ତେବେ ଦେଶରେ ସବୁଠୁ ଟପ୍‌-୫ ପ୍ରଭାବିତ ସହର ମଧ୍ୟରେ କୋଲକତା, ଦିଲ୍ଲୀ, ଭୁବନେଶ୍ୱର,ପୁନେ ଏବଂ  ମୁମ୍ବାଇ ଥିବା ଜଣାପଡ଼ିଛି।  ତେବେ ଏହି ଭାଇରସକୁ ଚିହ୍ନଟ କରିବା ସହ ଏହାର ଆକ୍ରମଣରୁ ସିଷ୍ଟମୁ ସୁରକ୍ଷା ଦେବାପରେ  କୁଇକ ହିଲ ସଫଳ ହୋଇଥିବା କହିଛି। ସେହିପରି  ‘ମାଇକ୍ରୋସଫ୍ଟ ଓଇଣ୍ଡୋଜ୍‌’ ଅପରେଟିଂ ସିଷ୍ଟମରେ ଚାଲୁଥିବା କମ୍ପ୍ୟୁଟର ଏବଂ ସର୍ଭର ପ୍ରତି ଅଧିକ ବିପଦ ରହିଥିବା କୁଯାଯାଇଛି।

Courtesy-hindustantimes