ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କଟକ: ୬୮ ତମ ସାଧାରଣତନ୍ତ୍ର ଦିବସ ସାରା ଦେଶ ସହ ଓଡ଼ିଶାରେ ଉତ୍ସାହର ସହ ପାଳନ କରାଯାଉଛି। ସାଧାରଣତନ୍ତ୍ର ଦିବସକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଛି। ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟପାଳ ଏସ୍‌ସି ଜମିର ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଓଡ଼ିଶା ପୋଲିସ, ଅଗ୍ନିଶମ, ଏନ୍‌ଡିଆରଏଫ୍‌, ରେଡକ୍ରସ, ଏନ୍‌ସିସି ଆଦି ସାମରିକ ଓ ବେସାମରିକ କଣ୍ଟିନ୍‌ଜେଣ୍ଟ, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ପରେଡରେ ଭାଗ […]

republicday

republicday

Rakesh Mallick
  • Published: Thursday, 26 January 2017
  • Updated: 26 January 2017, 02:19 PM IST

Sports

Latest News

ଭୁବନେଶ୍ୱର/କଟକ: ୬୮ ତମ ସାଧାରଣତନ୍ତ୍ର ଦିବସ ସାରା ଦେଶ ସହ ଓଡ଼ିଶାରେ ଉତ୍ସାହର ସହ ପାଳନ କରାଯାଉଛି। ସାଧାରଣତନ୍ତ୍ର ଦିବସକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଛି। ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟପାଳ ଏସ୍‌ସି ଜମିର ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଓଡ଼ିଶା ପୋଲିସ, ଅଗ୍ନିଶମ, ଏନ୍‌ଡିଆରଏଫ୍‌, ରେଡକ୍ରସ, ଏନ୍‌ସିସି ଆଦି ସାମରିକ ଓ ବେସାମରିକ କଣ୍ଟିନ୍‌ଜେଣ୍ଟ, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ପରେଡରେ ଭାଗ ନେଇଥିଲେ। ପରେ ପାଇକ ଆଖଡା, ଘୁମୁରା, ଦୁଲଦୁଲି ଓ ପଶୁମୁଖା ନାଚ ବେଶ ଚିତାକର୍ଷକ ହୋଇଥିଲା। ବିଶେଷ କରି ଡେୟାର ଡେଭିଲ ଶୋ’ ଓ କୁନି କୁନି ପିଲାଙ୍କର ସ୍କେଟିଂ କୌଶଳ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।

ସେହିପରି ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ମହାପୁରୁଷଙ୍କ ଅବଦାନକୁ ମନେ ପକାଇ ଥିଲେ। ଦେଶ ଗଠନରେ ଗାନ୍ଧୀ, ନେହେରୁ, ନେତାଜୀ ଏବଂ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ,“ଗଣତନ୍ତ୍ର ବ୍ୟବସ୍ଥା ଦ୍ୱାରା ରାଷ୍ଟ୍ର ମଜଭୁତ ହୋଇଛି। ଗଣତନ୍ତ୍ର କେବଳ ଶାସନ ବ୍ୟବସ୍ଥା ନୁହେଁ ସମସ୍ତଙ୍କ ପାଇଁ ଜୀବନଧାରା ହୋଇଛି। ଏକ ମଜଭୁତ ଗଣତନ୍ତ୍ର ପାଇଁ ବିକାଶ ଗୁରୁତ୍ୱପୂର୍ଣ୍ଣ। ବ୍ୟବସ୍ଥା ପ୍ରତି ଜନତାଙ୍କ ଆସ୍ଥା ଓ ବିଶ୍ୱାସ ରହିବା ଦରକାର। ଏହାସହ ନିଜ ଦାୟିତ୍ୱ ଓ ଅଧିକାର ପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ।”

ଏହାସହ ଶାନ୍ତି, ବିକାଶ ଓ ମୂଲ୍ୟବୋଧର ପ୍ରସାର ଜରିଆରେ ଏକ ଶକ୍ତିଶାଳୀ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଯିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଏହାସହ ଗୋପବନ୍ଧୁ ଦାସ୍‌, ମଧୂସୁଦନ ଦାସ, ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ କରିଥିଲେ। ପରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।

ଏହାସହ ସବୁ ଜିଲ୍ଲା ସଦର ମହକୁମାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଧୂମଧାମରେ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos