କଟକ ଧବଳେଶ୍ୱର ଘାଟରେ ବୁଡ଼ି ୨ଛାତ୍ର ନିଖୋଜ ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ccc
ଶୁଭଙ୍କର ପଣ୍ଡା

କଟକ: କଟକ ଧବଳେଶ୍ୱର ଘାଟରେ ଗାଧୋଉଥିବା ବେଳେ ଆଜି ବୁଡ଼ି ଯାଇଥିବା ଦୁଇ ଜଣ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶୁଭଙ୍କର ପଣ୍ଡା। ନିଖୋଜ ଥିବା ଆଉ ଜଣେ ଛାତ୍ରଙ୍କୁ ଖୋଜା ଚାଲିଛି। ତାଙ୍କ ନାଁ ପ୍ରୀତମ ସେଠୀ।

ଶୁଭଙ୍କର ପଣ୍ଡା ଓ ପ୍ରୀତମଙ୍କ ଘର ସିଡିଏ ଅଞ୍ଚଳରେ। ଏମାନେ ଆଜି ଧବଳେଶ୍ୱର ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଫଟୋ ଉଠାଉଥିଲେ ଓ ଅସାବଧାନତା ବଶତଃ ନଦୀରେ ବୁଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି।  ସ୍ଥାନୀୟ ପୋଲିସ୍‌ ଓ ଅଗ୍ନିଶମ ଅଧିକାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।