ଗୁରୁଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି: କହିଲେ-ଗୁଗ୍‌ଲ ଗୁରୁ ନୁହେଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ମୋତେ ଭଲ ଲାଗେ। ଏହା ଜଗନ୍ନାଥଙ୍କ ଦେଶ। ଆଜି ଏଭଳି ବକ୍ତବ୍ୟରୁ ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରି କିଟ୍ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ୪ଟି ବିଷୟ ଉପରେ ସେ ଅଧିକ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି-“ମା, ମାତୃଭାଷା, ମାତୃଭୂମି ଓ ଗୁରୁଙ୍କୁ ଛାତ୍ରଛାତ୍ରୀମାନେ ସମ୍ମାନ ଦେବା ଆବଶ୍ୟକ। ଅନ୍ୟାନ୍ୟ ଭାଷା ଶିଖିଲେ ମଧ୍ୟ ଘରେ ମାତୃଭାଷା […]

Vice-President of india

Vice-President of india

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 08:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ମୋତେ ଭଲ ଲାଗେ। ଏହା ଜଗନ୍ନାଥଙ୍କ ଦେଶ। ଆଜି ଏଭଳି ବକ୍ତବ୍ୟରୁ ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରି କିଟ୍ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ୪ଟି ବିଷୟ ଉପରେ ସେ ଅଧିକ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି-“ମା, ମାତୃଭାଷା, ମାତୃଭୂମି ଓ ଗୁରୁଙ୍କୁ ଛାତ୍ରଛାତ୍ରୀମାନେ ସମ୍ମାନ ଦେବା ଆବଶ୍ୟକ। ଅନ୍ୟାନ୍ୟ ଭାଷା ଶିଖିଲେ ମଧ୍ୟ ଘରେ ମାତୃଭାଷା କୁହନ୍ତୁ। ମୋ’ ମତରେ ମମି, ଡାଡି ଶବ୍ଦ ଅପେକ୍ଷା ଆମ୍ମା ଡାକର ମହତ୍ୱ ବେଶୀ ରହିଛି। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଗୁରୁତ୍ୱ ଦେବାକୁ ପଡିବ। ସବୁକ୍ଷେତ୍ରରେ ଇଣ୍ଟରନେଟ୍‌କୁ ଗୁରୁତ୍ୱ ଦେଉଥିବା ଯୁବପିଢୀ ଗୋଟିଏ କଥାକୁ ସବୁବେଳ ମନେରଖିବା ଉଚିତ୍‌। ‘ଗୁଗଲ୍‌’ ଭଳି ସର୍ଚ୍ଚ ଇଞ୍ଜିନ୍‌ରେ ଅନେକ କଥା ଜଣାପଡିଥାଏ। ହେଲେ ଗୁଗଲ୍‌ କେବେ ଗୁରୁଙ୍କ ସ୍ଥାନ ନେଇପାରିବନି।”

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ଏସ.ସି. ଜମିର ମଧ୍ୟ ଯୋଗ ଦେଇଥିଲେ। ସମାବର୍ତ୍ତନ ଉତ୍ସବ ସରିବା ପରେ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos