ରେଭେନ୍ସାରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ଏସସିବି ମାନସିକ ବିଭାଗରେ ଭର୍ତ୍ତି

କଟକ: ରେଭେନ୍ସା ଜୁନିୟର କଲେଜ ହଷ୍ଟେଲରେ ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀଙ୍କ ବାପା ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏତଲାକୁ ଭିତ୍ତି କରି ୪ ଜଣ ସହପାଠିନୀଙ୍କ ବିରୋଧରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୪୨୭, ୩୪  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣଙ୍କ ଏବେ ଏସ୍‌ସିବିର ମାନସିକ ବିଭାଗରେ ଚିକିତ୍ସିତ ହେଉଛନ୍ତି। କଟକ ଡିସିପି କହିଛନ୍ତି, ଉକ୍ତ […]

renvensa

renvensa

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 03:48 PM IST

Sports

Latest News

renvensaକଟକ: ରେଭେନ୍ସା ଜୁନିୟର କଲେଜ ହଷ୍ଟେଲରେ ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀଙ୍କ ବାପା ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏତଲାକୁ ଭିତ୍ତି କରି ୪ ଜଣ ସହପାଠିନୀଙ୍କ ବିରୋଧରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୪୨୭, ୩୪  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣଙ୍କ ଏବେ ଏସ୍‌ସିବିର ମାନସିକ ବିଭାଗରେ ଚିକିତ୍ସିତ ହେଉଛନ୍ତି।

କଟକ ଡିସିପି କହିଛନ୍ତି, ଉକ୍ତ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ କରିବାକୁ ଏକ ଟିମ୍ ରେଭେନ୍ସା ଯିବ।

ରେଭେନ୍ସା କୁଳପତି କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଜଣାପଡୁଛି ରାଗିଂ ହୋଇନାହିଁ। ତେବେ ତଦନ୍ତରେ ପୋଲିସ୍‌କୁ ପୂରା ସହଯୋଗ କରାଯିବ।”

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ଏହି ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହି ଯୁକ୍ତଦୁଇ ପ୍ରଥମବର୍ଷ ବିଜ୍ଞାନରେ ପଢୁଥିଲେ। ହଷ୍ଟେଲରେ କିଛି ସିନିୟର ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଛାତ୍ରୀଙ୍କ ବାପା ଆସି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେ ସମୟରେ ଅଭିଯୁକ୍ତ ଛାତ୍ରୀମାନେ ଆଉ ହଇରାଣ କରିବେ ନାହିଁ ବୋଲି କହିବା ପରେ ଘଟଣାର ଆପୋଷ ସମାଧାନ ହୋଇ ଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସେମାନେ ପୁଣି ହଇରାଣ କରିଥିଲେ। ଛାତ୍ରୀ ଜଣଙ୍କ ଘରକୁ ଯିବା ପରେ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ତାଙ୍କୁ ଏସ୍‌ସିବିର ମାନସିକ ବିଭାଗରେ ଭର୍ତ୍ତି କରିବା ସହ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି।

ଛାତ୍ରୀଙ୍କ ବାପା କହିଛନ୍ତି,“ଝିଅକୁ କିଛି ସିନିୟର ଛାତ୍ରୀ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ମୁଁ ଆସି ଝିଅର ରୁମ୍‌ ବଦଳାଇବାକୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କହିଥିଲି। ସମ୍ପୃକ୍ତ ଛାତ୍ରୀମାନେ ରୁମ୍‌ ନ ବଦଳାଇବାକୁ ମୋତେ ଅନୁରୋଧ କରିଥିଲେ। ସେମାନେ କହିଥିଲେ ଆମେ ଆଉ ୪ ମାସ ପରେ ପଳାଇବୁ। ରୁମ୍‌ ବଦଳାଇ ଦେଲେ ଆମେ ବଦନାମ ହୋଇଯିବୁ। ଆମେ ଆଉ ତାକୁ ହଇରାଣ କରିବୁ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଆପୋଷ ସମାଧାନ ହେବାରୁ ମୁଁ କଲେଜ ଅଧ୍ୟକ୍ଷଙ୍କୁ ଏ ନେଇ ଅବଗତ କରି ନ ଥିଲି। ହେଲେ ସେମାନେ ପୁଣି ଝିଅକୁ ନିର୍ଯାତନା ଦେବାରୁ ତା’ର ଆଜି ଏପରି ଅବସ୍ଥା ହୋଇଛି। ଥାନାରେ ଏତଲା ଦେଇଛି, ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।”

ଅନ୍ୟପକ୍ଷରେ ରାଗିଂ ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ରେଭେନ୍ସା ଜନସମ୍ପର୍କ ଅଧିକାରୀ କହିଛନ୍ତି,“ଏହା ରାଗିଂ ନୁହେଁ। ଜୁନିୟର ଓ ସିନିୟର ଛାତ୍ରୀଙ୍କ ମଧ୍ୟରେ ବିବାଦ। ବିଶ୍ୱବିଦ୍ୟାଳୟ ଏବଂ ଜୁନିୟର କଲେଜର ଅଧିକାରୀଙ୍କୁ ନେଇ ଏକ ମିଳିତ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଏହା ରାଗିଂ ନୁହେଁ ବୋଲି କମିଟି ସ୍ପଷ୍ଠ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story