ଆଜିଠୁ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ୪ ଦଫା ଦାବି ନେଇ ଗତ ୨ଦୁଇ ଦିନ ଧରି କଳାବ୍ୟାଜ୍ ପରିଧାନ କରିଥିବା ରାଜ୍ୟ ରାଜସ୍ୱ ଅମଲା ସଂଘ ‌ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ। ବୁଧବାର ଓ ଗୁରୁବାର କଳାବ୍ୟାଜ୍ ପିନ୍ଧି ସଂଘର ସଦସ୍ୟମାନେ ଡ୍ୟୁଟି କରୁଥିଲେ । ଏହାସତ୍ୱେ ଦାବି ପୂରଣ ନ ହେବାରୁ ଆଜିଠାରୁ କାର୍ଯ୍ୟବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ।

ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ତହସିଲ କାର୍ଯ୍ୟାଳୟରେ ୧୮ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି,“ସଂଘର ଦାବି ଯଥାର୍ଥ। ଏ ସମ୍ପର୍କରେ ବିଭାଗ ଅବଗତ ଅଛି।  ସେମାନଙ୍କ ସହ  ଆଲୋଚନା ମଧ୍ୟ ଚାଲିଛି। ତେଣୁ ସଂଘ ଆନ୍ଦୋଳନ  ନ କରୁ ।”