ଚାଉଳ ବଦଳରେ ଗହମ: ୧୪ରେ ସବୁ ଜିଲ୍ଲାରେ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ରାଜ୍ୟକୁ ଚାଉଳ କୋଟା ବଦଳରେ ଅଧିକ ଗହମ ଯୋଗାଣ ପ୍ରତିବାଦରେ ମେ’ ୧୪ ତାରିଖରେ ସମସ୍ତ ସାଂଗଠନିକ ଜିଲ୍ଲାରେ ପ୍ରତିବାଦ ସଭାର ଆୟୋଜନ କରିବାକୁ ଆଜି ଘୋଷଣା କରିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ,“କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପରେ ଦେଶର ଜନସାଧାରଣଙ୍କୁ ଖାଦ୍ୟର ଅଧିକାର ଦେଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ବେଳେ […]

bjd-rice

bjd-rice

Rakesh Mallick
  • Published: Friday, 06 May 2016
  • Updated: 06 May 2016, 02:14 PM IST

Sports

Latest News

bjd-riceଭୁବନେଶ୍ୱର: ରାଜ୍ୟକୁ ଚାଉଳ କୋଟା ବଦଳରେ ଅଧିକ ଗହମ ଯୋଗାଣ ପ୍ରତିବାଦରେ ମେ’ ୧୪ ତାରିଖରେ ସମସ୍ତ ସାଂଗଠନିକ ଜିଲ୍ଲାରେ ପ୍ରତିବାଦ ସଭାର ଆୟୋଜନ କରିବାକୁ ଆଜି ଘୋଷଣା କରିଛି ବିଜେଡି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ,“କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପରେ ଦେଶର ଜନସାଧାରଣଙ୍କୁ ଖାଦ୍ୟର ଅଧିକାର ଦେଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ବେଳେ ପ୍ରତି ପରିବାରକୁ ଅଗ୍ରାଧିକାର ଭିତ୍ତିରେ ୫ କେଜି ଖାଦ୍ୟଶସ୍ୟ ଚୟନ କରିବା ପାଇଁ ସୁଯୋଗ ଦିଆଯାଇଥିଲା। ସେହି ଅନୁସାରେ ପ୍ରତ୍ୟେକ ପରିବାର ତାଙ୍କ ଦରଖାସ୍ତରେ କେବଳ ଚାଉଳ, କେବଳ ଗହମ ବା ଚାଉଳ ଓ ଗହମର ମିଶ୍ରିତ ପରିମାଣ ଦେବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। ସଂଗୃହୀତ ତଥ୍ୟକୁ ସମ୍ମିଳିତ କରିବା ପରେ ଦେଖାଗଲା ଯେ ରାଜ୍ୟବାସୀଙ୍କ ଚାହିଦା ପ୍ରାୟ ୮୫ ଭାଗ ଚାଉଳ ପାଇଁ ଥିବା ବେଳେ ୧୫ ଭାଗ ଗହମ ପାଇଁ ରହିଛି। ଏହି ଅନୁପାତରେ ଚାଉଳ ଓ ଗହମ ଯୋଗାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି। କିନ୍ତୁ କେନ୍ଦ୍ର ୭୮.୮୩: ୨୧.୧୭ ଅନୁପାତରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। କେନ୍ଦ୍ର ସରକାର ରାଜ୍ୟର ଏହି ନ୍ୟାଯ୍ୟ ଦାବି ପ୍ରତି ବିଚାର ନ କରି ନିଜ ଇଚ୍ଛା ଅନୁସାରେ ଚାଉଳ ଓ ଗହମ ଅନୁପାତ ଧାର୍ଯ୍ୟ କରିବା ବିଡ଼ମ୍ବନାର ବିଷୟ।”

ସେ କହିଥିଲେ,“ଧାନରେ ଓଡ଼ିଶା ଏକ ବଳକା ରାଜ୍ୟ। ଗତ ସାତ ଆଠ ବର୍ଷ ଧରି ରାଜ୍ୟ କେନ୍ଦ୍ର ଭଣ୍ଡାରକୁ ଯଥେଷ୍ଟ ଚାଉଳ ଯୋଗାଇ ଆସୁଛି। ପୁଣି ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି। ସେମାନଙ୍କର ପ୍ରମୁଖ ଖାଦ୍ୟ ହେଉଛି ଭାତ। ଅନେକ ଅନୁସୂଚିତ ଜନଜାତିର ଅଗ୍ରାଧିକାର ପରିବାର ଶତପ୍ରତିଶତ ଚାଉଳ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେହିପରି ଗହମରୁ ଅଟା ପ୍ରସ୍ତୁତ କରିବାକୁ ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ଯଥେଷ୍ଟ ସଂଖ୍ୟକ ଅଟାକଳ ମଧ୍ୟ ନାହିଁ। ରାଜ୍ୟରେ ୮୩ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି। ତେଣୁ ସେମାନେ ଗହମରୁ ଅଟା ପ୍ରସ୍ତୁତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବେ।”

ସେ ଆହୁରି ମଧ୍ୟ କହିଥିଲେ,“ଓଡ଼ିଆମାନଙ୍କର ଖାଦ୍ୟ ରୁଚି, ପ୍ରକାଶିତ ପସନ୍ଦ ଓ ତୃଣମୂଳସ୍ତରୀୟ ସ୍ଥିତି ଅଧାରରେ ଓଡ଼ିଶା ଅଧିକ ଚାଉଳ ଦାବି କରିବା ଯୁକ୍ତିଯୁକ୍ତ ଓ ତଥ୍ୟଭିତ୍ତିକ। ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେନ୍ଦ୍ର ସରକାର ଅଣଦେଖା କରିବା ଓଡ଼ିଶାବାସୀଙ୍କ ପ୍ରତି ନିଶ୍ଚିତ ଭାବେ ଅନ୍ୟାୟ। ଓଡ଼ିଶାର ଲୋକମାନଙ୍କ ଉପରେ ଜୋରଜବରଦସ୍ତ ଗହମ ଲଦି ଦେବା ଆଦୌ ନ୍ୟାୟ ସଙ୍ଗତ ନୁହେଁ। ଉତ୍ତର ଭାରତର ପ୍ରଭାବଶାଳୀ ଗହମ ଲବିର ଚାପରେ କେନ୍ଦ୍ର ସରକାର ଏକରି କରିଥିବା ଅନୁମାନ କରାଯାଏ। ଓଡ଼ିଶାର ଲୋକମାନଙ୍କୁ ନିଜର ଖାଦ୍ୟ ରୁଚି ପରିବର୍ତ୍ତନ କରିବା ପାଇଁ ଏକରକମ ବାଧ୍ୟ କରିବା ଆଦୌ ସମୀଚୀନ ନୁହେଁ।”

ପାତ୍ର କହିଥିଲେ,“ଓଡ଼ିଶାର ଦାବି ସଂପର୍କରେ ବିଭାଗୀୟ ଶାସନ ସଚିବ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀ ବାରବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଏ ବିଷୟରେ ଚିଠି ଲେଖିଛନ୍ତି। ଗତ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କ ଉତ୍ତର ଓଡ଼ିଶାକୁ ନିରାଶ କରିଛି। ମେ’୪ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ସଂପର୍କରେ ପୁଣି ଜଣାଇଥିଲେ। ତଥାପି କେନ୍ଦ୍ର ସରକାର କୌଣସି ସକାରାତ୍ମକ ପଦକ୍ଷେପ ନନେବା ଦୁଃଖର ବିଷୟ।”

ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚଳିତ ମାସ ସୁଦ୍ଧା କେନ୍ଦ୍ର ସରକାର ୭୮.୮୩: ୨୧.୧୭ ଅନୁପାତରେ ୮,୧୫,୦୮୭ ମେଟ୍ରିକ୍ ଟନ୍ ଚାଉଳ ଓ ୨,୧୮,୮୯୩ ମେଟ୍ରିକ୍ ଟନ୍ ଗହମ ଯୋଗାଇ ଦେଇଛନ୍ତି। କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ହିତାଧିକାରୀଙ୍କ ପସନ୍ଦ ମୁତାବକ ରାଜ୍ୟ ସରକାର ୮୫.୮୨:୧୪.୧୮ ଅନୁପାତରେ ୯,୦୧,୦୫୦ ମେଟ୍ରିକ୍ ଟନ୍ ଚାଉଳ ଓ ୧,୫୨,୫୫୦ ମେଟ୍ରିକ୍ ଟନ୍ ଗହମ ବଣ୍ଟନ କରିଛନ୍ତି। ଫଳରେ ୮୫,୯୬୩ ମେଟ୍ରିକ୍ ଟନ୍ ଚାଉଳ ନିଅଣ୍ଟ ହୋଇଥିବା ବେଳେ ୬୬,୩୪୩ ମେଟ୍ରିକ୍ ଟନ୍ ଗହମ ବଳକା ପଡ଼ିଛି।

ଓଡ଼ିଶାର ଏହି ନ୍ୟାଯ୍ୟ ଦାବି ପୂରଣ ପାଇଁ ସମସ୍ତ ଜିଲ୍ଲା ସଦର ମହକୁମାରେ ଧାରଣା ଦିଆଯିବ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଯଦି କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ କରନ୍ତି ତା’ହେଲେ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ବ୍ଲକ୍‌ସ୍ତରରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦଳୀୟ ନେତାମାନେ ଚେତାବନୀ ଦେଇଥିଲେ।

ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ମୁଖପାତ୍ର ପ୍ରତାପ କେଶରୀ ଦେବ, ପ୍ରତାପ ଜେନା ଓ ବିଜୁ କୃଷକ ସାମୁଖ୍ୟ ଆବାହକ ସୁଶାନ୍ତ ସିଂହ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ୍‌ ନେଇ ବିରୋଧୀଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବିଜେଡିର ଏହା ଆଉ ଏକ ଚାଲ୍ ବୋଲି ବିରୋଧ ଦଳଗୁଡ଼ିକ କହିଛନ୍ତି।

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି,“ଚିଟ୍‌ଫଣ୍ଡକୁ ନେଇ ସରକାର ହରଡ଼ ଘଣାରେ ପଡ଼ିଛନ୍ତି। ରାଜ୍ୟରେ ସାମ୍ବିଧାନିକ ସଂକଟ ସୃଷ୍ଟି କରିଛନ୍ତି। ଏ ସବୁଥିରୁ ଲୋକଙ୍କ ଦୃଷ୍ଟିକୁ ଏଡ଼ାଇବା ପାଇଁ ଗହମ-ଚାଉଳ ପ୍ରସଙ୍ଗକୁ ସରକାର ଏକ ଆଳ କରିଛନ୍ତି। ଏଥିରେ କିଛି ସତ୍ୟତା ନାହିଁ।”

ବିରୋଧୀ ଦଳ ଉପମୁଖ୍ୟ ସଚେତକ ଚିରଞ୍ଜୀବୀ ବିଶ୍ୱାଳ କହିଛନ୍ତି,“ଓଡ଼ିଶାର ଦାବି ଉପରେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚିଟ୍‌ଫଣ୍ଡ୍‌ ନେଇ ବିଧାନସଭାରେ ଅସ୍ଥିତରତା ସୃଷ୍ଟି ହୋଇଥିବା ବେଳେ ସେଥିରୁ ଦୃଷ୍ଟି ଏଡ଼ାଇବା ପାଇଁ ବିଜେଡି ଏଭଳି ଏକ ପରିକଳ୍ପନା କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story