ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓ ମାମଲା: ଯୁବତୀ ଓ ତାଙ୍କ ମାଆଙ୍କ ବୟାନ ରେକର୍ଡ କଲା ପୋଲିସ

ଭୁବନେଶ୍ୱର: ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଆଜି ଜଣେ ଯୁବତୀ ଓ ତାଙ୍କ ମାଆଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ କରିଛି ପୋଲିସ। ରିଷି ମୃତ୍ୟୁ ସହ ବିବାଦୀୟ ଭିଡିଓର ଲିଙ୍କ ନେଇ ପୋଲିସ ଉଭୟଙ୍କୁ ପଚରାଉଚରା କରିଥିବା ଜଣାପଡିଛି। ଶାସ୍ତ୍ରୀନଗରସ୍ଥିତ ତାଙ୍କ ଘରକୁ ଯାଇ ପୋଲିସ ଏହି ବୟାନ ରେକର୍ଡ କରିଛି। ଗତକାଲି କିଛି ଗଣମାଧ୍ୟମରେ ଯୁବତୀ ଜଣଙ୍କ ରିଷିଙ୍କ ପ୍ରେମିକା ନୁହେଁ ଓ ବିବାଦୀୟ ଭିଡିଓ ସମ୍ପର୍କରେ କିଛି ଜାଣି ନ ଥିବା […]

risi

risi

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 07:43 PM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଆଜି ଜଣେ ଯୁବତୀ ଓ ତାଙ୍କ ମାଆଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ କରିଛି ପୋଲିସ। ରିଷି ମୃତ୍ୟୁ ସହ ବିବାଦୀୟ ଭିଡିଓର ଲିଙ୍କ ନେଇ ପୋଲିସ ଉଭୟଙ୍କୁ ପଚରାଉଚରା କରିଥିବା ଜଣାପଡିଛି। ଶାସ୍ତ୍ରୀନଗରସ୍ଥିତ ତାଙ୍କ ଘରକୁ ଯାଇ ପୋଲିସ ଏହି ବୟାନ ରେକର୍ଡ କରିଛି।

ଗତକାଲି କିଛି ଗଣମାଧ୍ୟମରେ ଯୁବତୀ ଜଣଙ୍କ ରିଷିଙ୍କ ପ୍ରେମିକା ନୁହେଁ ଓ ବିବାଦୀୟ ଭିଡିଓ ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ। ତାଙ୍କ ମାଆ ମଧ୍ୟ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ। ଯୁବତୀ ଓ ତାଙ୍କ ମାଆଙ୍କ ଏପରି ବୟାନ ପରେ ଏହି ଭିଡିଓ କିଏ ପ୍ରସ୍ତୁତ କଲା ଓ ଭିଡିଓରେ ଥିବା ବ୍ୟକ୍ତି କିଏ ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ପୋଲିସ କମିଶନର ଯୋଗେଶ୍ୱର ବାହାଦୂର ଖୁରାନିଆ କହିଛନ୍ତି,“ପୋଲିସ ସମସ୍ତ ପ୍ରକାର ପ୍ରମାଣ ଉପରେ ନଜର ରଖିଛି। ଆମେ ସଠିକ ତଦନ୍ତ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛୁ। ତଦନ୍ତ ପାଇଁ ଯାହା କରାଯିବା କଥା ଆମେ କରୁଛୁ।”

ଅନ୍ୟପକ୍ଷରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିକୁ ନେଇ ବିରୋଧୀଙ୍କ ବିରୋଧ ଜାରି ରହିଛି। ଆଜି ରାଜଧାନୀର ଦୁଇଟି ସ୍ଥାନରେ ବିଜେପି ଜନତା ଦରବାର କରି ମେୟରଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛି। ଏହି ଦୁଇଟି ସ୍ଥାନରେ ବିଜେପି ପକ୍ଷରୁ ପଥପ୍ରାନ୍ତ ସଭା କରାଯିବା ସହ ଗୀତ ମାଧ୍ୟମରେ ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ମେୟରଙ୍କ ସମ୍ପୃକ୍ତି ଅଭିଯୋଗର ତଥ୍ୟ ରଖାଯାଇଛି।

କଂଗ୍ରେସ ମଧ୍ୟ ମେୟରଙ୍କ ଇସ୍ତଫା ଦାବିରେ ଅଡି ବସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos