ରିଷି ମୃତ୍ୟୁ ମାମଲା: ଆଉ ୪ଜଣଙ୍କୁ ପୋଲିସର ପଚରାଉଚରା

ଭୁବନେଶ୍ୱର: ବିବାଦୀୟ ସେକ୍ସ ସିଡି ଓ ରିଷି ମୃତ୍ୟୁ ମାମଲାକୁ ନେଇ ଆଜି ୪ ଜଣଙ୍କୁ କମିଶନରେଟ୍‌ ପୋଲିସ୍‌ ପଚରାଉଚରା କରିଛି। ସେମାନଙ୍କ ମଧ୍ୟରେ ରିଷିଙ୍କ ୨ ସାଙ୍ଗ ଅଛନ୍ତି। ଅନ୍ୟ ଦୁଇ ଜଣ, ଘଟଣା ଦିନ ରିଷିଙ୍କୁ ମେଡିକାଲ ନେଇଥିଲେ। ଏହା ବ୍ୟତୀତ ରିଷିଙ୍କ ଫୋନ କଲ ଡୀଟେଲ୍ସ, ଫେସ୍‌ବୁକ ଚାର୍ଟକୁ ବି ପୋଲିସ ଯାଞ୍ଚ କରୁଛି। ଏହା ପୂର୍ବରୁ ରିଷିଙ୍କ ୪ ଜଣ ସାଙ୍ଗକୁ ଏ ସଂପର୍କରେ ପୋଲିସ୍‌ ପଚରାଉଚରା କରିଛି। ସବୁ ଲୋକଙ୍କୁ […]

risi

risi

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 08:57 PM IST

ଭୁବନେଶ୍ୱର: ବିବାଦୀୟ ସେକ୍ସ ସିଡି ଓ ରିଷି ମୃତ୍ୟୁ ମାମଲାକୁ ନେଇ ଆଜି ୪ ଜଣଙ୍କୁ କମିଶନରେଟ୍‌ ପୋଲିସ୍‌ ପଚରାଉଚରା କରିଛି। ସେମାନଙ୍କ ମଧ୍ୟରେ ରିଷିଙ୍କ ୨ ସାଙ୍ଗ ଅଛନ୍ତି। ଅନ୍ୟ ଦୁଇ ଜଣ, ଘଟଣା ଦିନ ରିଷିଙ୍କୁ ମେଡିକାଲ ନେଇଥିଲେ। ଏହା ବ୍ୟତୀତ ରିଷିଙ୍କ ଫୋନ କଲ ଡୀଟେଲ୍ସ, ଫେସ୍‌ବୁକ ଚାର୍ଟକୁ ବି ପୋଲିସ ଯାଞ୍ଚ କରୁଛି।

ଏହା ପୂର୍ବରୁ ରିଷିଙ୍କ ୪ ଜଣ ସାଙ୍ଗକୁ ଏ ସଂପର୍କରେ ପୋଲିସ୍‌ ପଚରାଉଚରା କରିଛି।

ସବୁ ଲୋକଙ୍କୁ ଜେରା କଲେ ରିଷିଙ୍କ ସମ୍ପର୍କରେ ପ୍ରକୃତ କଥ ପଦାକୁ ଆସିବ ବୋଲି ଆଜି ତାଙ୍କର ଜଣେ ସାଙ୍ଗ କହିଛନ୍ତି।

ରିଷିଙ୍କ ମୃତ୍ୟୁ ନେଇ ଆଜି  ବିଜେପି ପକ୍ଷରୁ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଛି। ଗତକାଲି  କଂଗ୍ରେସ କର୍ମୀ ଓ ପୋଲିସ୍‌ ମୁହାଁମୁହିଁ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos