ଚିଲିକାରେ ନୂଆ ଅତିଥି ‘ରିଭଲ ଲାପିଂ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମରାଳ ମାଳିନୀ ଚିଳିକାର ଶୋଭାବର୍ଦ୍ଧନ କରିଥିଲା ‘ରିଭଲ ଲାପିଂ’ ପକ୍ଷୀ। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ‘ରିଭଲ ଲାପିଂ’ର ଫଟୋ ଉଠାଇଥିଲେ। ଆଜି ଆସିଥିବା ଚିଲିକା ହ୍ରଦର ପକ୍ଷୀ ଗଣନା ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ସଂଖ୍ୟା କମିଛି। ଏବର୍ଷ ୧୪୭ ପ୍ରଜାତିର ୮ ଲକ୍ଷ ୯୩ ହଜାର ୩୯୦ ପକ୍ଷୀ ଚିଲିକା ଆସିଥିଲେ। ଗତବର୍ଷ ଅପେକ୍ଷା ଏଥର ୫୪ ହଜାର ପକ୍ଷୀ କମ୍‌ ଆସିଥିଲେ। ଚିଲିକା […]

mqdefault

mqdefault

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 10:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମରାଳ ମାଳିନୀ ଚିଳିକାର ଶୋଭାବର୍ଦ୍ଧନ କରିଥିଲା ‘ରିଭଲ ଲାପିଂ’ ପକ୍ଷୀ। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ‘ରିଭଲ ଲାପିଂ’ର ଫଟୋ ଉଠାଇଥିଲେ। ଆଜି ଆସିଥିବା ଚିଲିକା ହ୍ରଦର ପକ୍ଷୀ ଗଣନା ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ସଂଖ୍ୟା କମିଛି। ଏବର୍ଷ ୧୪୭ ପ୍ରଜାତିର ୮ ଲକ୍ଷ ୯୩ ହଜାର ୩୯୦ ପକ୍ଷୀ ଚିଲିକା ଆସିଥିଲେ। ଗତବର୍ଷ ଅପେକ୍ଷା ଏଥର ୫୪ ହଜାର ପକ୍ଷୀ କମ୍‌ ଆସିଥିଲେ।

ଚିଲିକା ସହ ଶିମିଳିପାଳକୁ ଲାଗି ରହିଥିବା ୩ଟି ଫରେଷ୍ଟ ଡିଭିଜନ ଓ ପୁରୀ ଡିଭିଜନରେ ଚାଲିଥିଲା ପକ୍ଷୀ ଗଣନା। କେବଳ ଚିଲିକାରେ ନିୟୋଜିତ ହୋଇଥିଲେ ୧୦୦ରୁ ଅଧିକ କର୍ମଚାରୀ। ବିଶେଷଜ୍ଞ ସହ ଏମାନେ ୫ଟି ରେଞ୍ଜ ଯଥାକ୍ରମେ ଚିଲିକା, ବାଲୁଗାଁ, ସାତପଡ଼ା, ଟାଙ୍ଗୀ ଓ ରମ୍ଭାରେ ପକ୍ଷୀ ଗଣନା କରିଥିଲେ।

ଚଳିତବର୍ଷ ଚିଲିକାକୁ ବହୁ ନୂଆ ପ୍ରଜାତିର ପକ୍ଷୀ ଆସିଥିଲେ। ଗ୍ଲସି ଆଇବିସ୍, ପିଣ୍ଟେଲ, କମନକୁଟ୍ ଓ ମୋରେନ ଭଳି ବିଦେଶୀ ପକ୍ଷୀଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ବୃଦ୍ଧି ପାଇଥିଲା। ଗତବର୍ଷ ମରାଳ ମାଳିନୀ ଚିଲିକାକୁ ୧୬୭ ପ୍ରଜାତିର ୯ ଲକ୍ଷ ୪୬ ହଜାର ପକ୍ଷୀ ଆସିଥିଲେ।

ସେହିଭଳି ମୟୂରରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଆଦି ୩ଟି ଡିଭିଜନରେ ଥିବା ୧୦୦ରୁ ଅଧିକ ଆଦ୍ର ଭୂମିରେ ପକ୍ଷୀ ଗଣନା ଚାଲିଛି। ଆସନ୍ତା ୯ ତାରିଖରେ ପକ୍ଷୀ ଗଣନା ରିପୋର୍ଟ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos