ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ୧୫ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିରିତୋଳା ନିକଟ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଏନଏଚ୍ ୧୪୩ରେ ଆଜି ସକାଳେ ସଡ଼କ ଦୁର୍ଘଟଣା ହୋଇଛି। ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୧୫ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ବଣାଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଗସ୍ତ ହୋଇଥିବା ବସ୍‌ଟିର ନାଁ ରାକେଶ। ବସ୍‌ଟି ବଣାଇରୁ ରାଉରକେଲା ଯାଉଥିଲା।