ଅଜଣା ଗାଡ଼ି ଧକ୍କାରେ ୨ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣୀ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସୋନପୁର ଜିଲ୍ଲା ସିଙ୍ଗାରୀଝିଙ୍କି ଗାଁର ଶଙ୍କର ନାୟକ ଓ ବାଇଗଣଜୁରୀ ଗାଁର କନ୍ଦର୍ପ ବେହେର।

ଆଜି ଭୋର ୫ଟା ସମୟରେ ଏମାନେ ଏନ୍ଏଚ୍ କଡ଼ରେ ନିଜ ଟ୍ରାକ୍ଟର ସଜାଡୁଥିବାବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।