ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ରାସ୍ତା କଡ଼ରେ ପ୍ରସବ କଲେ ମହିଳା

prasabକୋରାପୁଟ: ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ ଆଜି ଜଣେ ମହିଳା ରାସ୍ତାକଡ଼ରେ ପ୍ରସବ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗୁଜିଆଗୁଡ଼ାରେ ।

ଖବର ଦିଆଯାଇଥିବା ସତ୍ତ୍ୱେ ୧୦୨ ଆମ୍ବଲାନ୍ସ ଠିକ୍‌ ସମୟରେ ପହଞ୍ଚି ପାରି ନ ଥିବାରୁ ମହିଳା ଜଣଙ୍କ ଚାଲି ଚାଲି ହସପିଟାଲ୍‌ ଯାଉଥିବା ବେଳେ ବାଟରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ରାସ୍ତା କଡ଼ରେ ମହିଳା ଜଣଙ୍କ ପ୍ରସବ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ମହିଳା ଜଣକ ସନ୍ତାନ ଜନ୍ମ ଦେଇ ସାରିଥିଲେ। ପରେ ଉଭୟ ମାଆ ଓ ଶିଶୁକୁ ଆମ୍ବୁଲାନ୍ସରେ ଦଶମନ୍ତପୁର ଚିକିତ୍ସାଳୟକୁ ନିଆଯାଇଛି।

ଆଜିର ଘଟଣା ପରେ ଜନନୀ ସୁରକ୍ଷା ଯୋଜନା ଓ ସୁରକ୍ଷିତ ପ୍ରସବ ନେଇ ସରକାରଙ୍କ ଯୋଜନା କେତେ ଫଳପଦ ହେଉଛି ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।