ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ: ତାପସ ପାଲଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ତାପସ ପାଲଙ୍କୁ ଆଜି ଆଉଥରେ ୩ ଦିନ ପାଇଁ ସିବିଆଇ ରିମାଣ୍ଡରେ ନେଇଛି। ଆଜି ତାପସଙ୍କ ରିମାଣ୍ଡ ଅବଧି ସରିବା ପରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିବା ସହ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହାର ବିଚାର କରି କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସମୟରେ ରୋଜଭ୍ୟାଲି […]

PAL

PAL

Rakesh Mallick
  • Published: Tuesday, 03 January 2017
  • Updated: 04 January 2017, 11:05 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ତାପସ ପାଲଙ୍କୁ ଆଜି ଆଉଥରେ ୩ ଦିନ ପାଇଁ ସିବିଆଇ ରିମାଣ୍ଡରେ ନେଇଛି। ଆଜି ତାପସଙ୍କ ରିମାଣ୍ଡ ଅବଧି ସରିବା ପରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିବା ସହ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହାର ବିଚାର କରି କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସମୟରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ କେଳେଙ୍କାରୀରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସମ୍ପୃକ୍ତ ଥିବା ନେଇ ତାପସ ଅଭିଯୋଗ ଆଣିଥିଲେ। ଏଥିସହ ରୋଜଭ୍ୟାଲି ମାମଲାରେ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ସମ୍ପୃକ୍ତ ଥିବା ସେ ସିବିଆଇକୁ କହିଥିବା ଜଣାପଡିଛି।

ରୋଜଭ୍ୟାଲିରେ ତାପସ ଜଣେ ନିର୍ଦ୍ଦେଶକ ଥିଲେ। ସେହି ସମୟରେ ସେ କମ୍ପାନୀର କୋଟି କୋଟି ଟଙ୍କା ନେଇଥିଲେ। ଏପରିକି ରୋଜଭ୍ୟାଲି ପାଇଁ ବିଭିନ୍ନ ସଭାସମିତିରେ ପ୍ରଚାର କରିଥିବା ସିବିଆଇ ପ୍ରମାଣ ପାଇଛି। କେବଳ ସେତିକି ନୁହେଁ ନିଜ ପଦବୀର ଅପବ୍ୟବହାର କରି ପରିବାର ଲୋକଙ୍କୁ ରୋଜଭ୍ୟାଲିରେ ବିଭିନ୍ନ ପଦବୀରେ ଚାକିରି ଦେଇଥିଲେ।

ଏହି ଘଟଣାରେ ଗତକାଲି ତାପସଙ୍କ ଝିଅ ସୋହିନୀଙ୍କୁ ସିବିଆଇ ଜେରା କରିଥିଲା। ସୋହିନୀ କେଉଁ ପଦବୀରେ ଥିଲେ ଓ ତାଙ୍କ ସମୟରେ କେତେ ଟଙ୍କା କାରବାର ହୋଇଛି ସେ ନେଇ ସିବିଆଇ ତାଙ୍କଠାରୁ ଜାଣିବାକୁ ଚାହିଁଥିଲା।

ଡିସେମ୍ୱର ୩୦ ତାରିଖରେ ସିବିଆଇ ତାପସଙ୍କୁ କୋଲକାତାରୁ ଗିରଫ କରିଥିଲା।

ତୃଣମୂଳ କଂଗ୍ରେସର ଆଉ ଜଣେ ସାଂସଦ ଗିରଫ

ସେହିପରି ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଆଜି କୋଲକାତାରୁ ସିବିଆଇ ଗିରଫ କରିଛି।

ରୋଜଭ୍ୟାଲି ଲିଙ୍କରେ ଆଜି ସୁଦୀପଙ୍କୁ ପଚରାଉଚରା ପାଇଁ କୋଲକତା ସିବିଆଇ ବ୍ରାଞ୍ଚ ପକ୍ଷରୁ ଡକାଯାଇଥିଲା। ପଚରାଉଚରାର କିଛି ଘଣ୍ଟା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

ସୁଦୀପଙ୍କ ଗିରଫ ପରେ ତୃଣମୂଳ କଂଗ୍ରେସର ବହୁ ସାଂସଦ, ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ନେତାମାନେ କୋଲକତା ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କୋଲକତା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଟିଏମ୍‌ସି କର୍ମୀମାନେ ବିକ୍ଷୋଭ କରିବା ସହ ପଥର ମାଡ଼ କରିଛନ୍ତି।

ସୁଦୀପଙ୍କ ଗିରଫଦାରୀ ପରେ ମୋଦି ସରକାର ଉପରେ ବର୍ଷିଛନ୍ତି ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିରୋଧୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ମୋଦି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story