ଗରିବଙ୍କ ଝାଳବୁହା ଧନରେ ଅୟସ କରୁଥିଲେ ସାଂସଦ: ସିବିଆଇ ଚାର୍ଜସିଟ୍‌ରୁ ଫିଟିଲା ଗୁମର

ଭୁବନେଶ୍ୱର: ଗରିବଙ୍କ ଝାଳ ବୁହା ଧନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦୁଇ ସାଂସଦ ଅୟସ କରୁଥିଲେ। ପରିବାର ସହ ବିଦେଶ ଯାଉଥିଲେ। ଥରେ ନୁହେଁ ବାରମ୍ୱାର ବିଦେଶ ଯାଉଥିଲେ। ଏପରିକି ନିଜର ପିଏସ୍‌ଓଙ୍କୁ ଏଜେଣ୍ଟ କରି ଟଙ୍କା ହରି ଲୁଟ୍‌ କରୁଥିଲେ। ମାତ୍ର ଏହାର କୌଣସି ଲିଖିତ ତଥ୍ୟ ରହୁନଥିଲା। ଗୁପ୍ତ ଫଣ୍ଡ୍‌ ମାଧ୍ୟମରେ ଏହି ଅର୍ଥ ହଡ୍‌ପ କରୁଥିଲେ। ସିବିଆଇ ଚାର୍ଜସିଟ୍‌ରୁ ଏପରି ଗୁପ୍ତ ରହସ୍ୟ ପଦାକୁ ଆସିଛି। ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କର ଥିଲା ଏକ […]

rose vally

rose vally

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 11:10 PM IST

Sports

Latest News

ଭୁବନେଶ୍ୱର: ଗରିବଙ୍କ ଝାଳ ବୁହା ଧନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦୁଇ ସାଂସଦ ଅୟସ କରୁଥିଲେ। ପରିବାର ସହ ବିଦେଶ ଯାଉଥିଲେ। ଥରେ ନୁହେଁ ବାରମ୍ୱାର ବିଦେଶ ଯାଉଥିଲେ। ଏପରିକି ନିଜର ପିଏସ୍‌ଓଙ୍କୁ ଏଜେଣ୍ଟ କରି ଟଙ୍କା ହରି ଲୁଟ୍‌ କରୁଥିଲେ। ମାତ୍ର ଏହାର କୌଣସି ଲିଖିତ ତଥ୍ୟ ରହୁନଥିଲା। ଗୁପ୍ତ ଫଣ୍ଡ୍‌ ମାଧ୍ୟମରେ ଏହି ଅର୍ଥ ହଡ୍‌ପ କରୁଥିଲେ। ସିବିଆଇ ଚାର୍ଜସିଟ୍‌ରୁ ଏପରି ଗୁପ୍ତ ରହସ୍ୟ ପଦାକୁ ଆସିଛି।

ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କର ଥିଲା ଏକ ସିକ୍ରେଟ୍ ଫଣ୍ଡ୍‌ କମ୍ପାନୀ। ଦୋ-ନମ୍ବରୀ କାମ ପାଇଁ ଏଥିରେ ଟଙ୍କା ଖର୍ଚ୍ଚ ହେଉଥିଲା। ଏହି ସିକ୍ରେଟ୍ ଫଣ୍ଡର କିଛି ରେକର୍ଡ ରହୁନଥିଲା। ୨୦୧୨ରେ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ତାଙ୍କ ପତ୍ନୀ ନୟନା ବନ୍ଦୋପାଧ୍ୟାୟ ୟୁରୋପ ଟୁରରେ ଯାଇଥିଲେ। ଏଥିପାଇଁ ଏହି ଫଣ୍ଡରୁ ୧୭ ଲକ୍ଷ ୧୭ ହଜାର ୮୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ତା ପୂର୍ବରୁ ୨୦୧୧ରେ ସୁଦୀପ ୫ ଲକ୍ଷ ଟଙ୍କା ନେଇଥିଲେ। ତେବେ ଅନ୍ୟତମ ଟିଏମ୍‌ସି ସାଂସଦ ତାପସ ପଲ ୨୦୧୨ରେ ୨ଲକ୍ଷ ଟଙ୍କା ନେଇଥିଲେ।

ଏପରିକି ତାପସଙ୍କ ପତ୍ନୀ ନନ୍ଦିନୀ ପଲ୍ ମଧ୍ୟ ରୋଜଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀର ବ୍ରାଣ୍ଡଭେଲ୍ୟୁ କମ୍ୟୁନିକେସନ୍‌ ଯୋଗଦେଇ ଏକ ରୋଷେଇ ଶୋ’ ପାଇଁ କାମ କରୁଥିଲେ। ୨୦୦୮ରୁ ୨୦୧୬ ମଧ୍ୟରେ ସେ ଏଥିପାଇଁ ୨୮ ଲକ୍ଷ ଟଙ୍କା ନେଇଥିଲେ। ସେହିପରି ତାପସଙ୍କ ଭାଣିଜୀ ରାଜଶ୍ରୀ ଦାସ ରୋଜଭ୍ୟାଲିର ଅନ୍ୟଏକ କମ୍ପାନୀରେ ଚାକିରି କରି ୪ ଲକ୍ଷ ୩୨ ହଜାର ଟଙ୍କା ନେଇଥିଲେ। ଝିଅ ସୋହିନୀ ମଧ୍ୟ ରୋଜଭ୍ୟାଲି ଗ୍ରୁପ୍‌ର ‘କର୍ଣ୍ଣେଲ୍’ ଫିଲ୍ମରେ ଅଭିନୟ କରି ୫୦ ହଜାର ଟଙ୍କା ନେଇଥିଲେ। ସେହିଭଳି କୋଲକାତାର ଏକ ପ୍ରତିଷ୍ଠିତ ସ୍କୁଲରେ ଗୌତମ କୁଣ୍ଡୁଙ୍କ ପୁଅଙ୍କ ନାମଲେଖା ପାଇଁ ସୁଦୀପ୍ ସ୍କୁଲକୁ ଏକାଧିକ ଥର ଯାଇଥିଲେ।

ସୁଦୀପଙ୍କ ପିଏସ୍ଓ ବନିଥିଲେ ଅସଲ ଏଜେଣ୍ଟ। ସେ ନିଜ ପୂର୍ବତନ ପିଏସ୍‌ଓଙ୍କ ମାଧ୍ୟମରେ କମ୍ପାନୀରୁ ଅନେକ ଥର ଟଙ୍କା ଉଠାଇଥିଲେ। ଏଥିପାଇଁ ସୁଦୀପ ନିଜ ଭିଜିଟିଂ କାର୍ଡରେ ଟଙ୍କାର ପରିମାଣ ଲେଖି ଓ ଦସ୍ତଖତ କରି ପଠାଉଥିଲେ। ସେହିପରି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ନିଜ ପ୍ରଭାବ ବିସ୍ତାର କରି ତାଙ୍କ ପୂର୍ବତନ ପିଏ ସୌଗତ ବନ୍ଦୋପାଧ୍ୟାୟଙ୍କୁ ମୋଟା ଦରମାରେ କମ୍ପାନୀର ପ୍ରମୋଟର ଗୌତମ କୁଣ୍ଡୁଙ୍କର ସେକ୍ରେଟାରୀ ଭାବେ ଚାକିରି ଦେଇଥିଲେ।

ବରିଷ୍ଠ ଆଇନ୍‌ଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି,“ଟିମ୍‌ସି ସାଂସଦଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ପରେ ସିବିଆଇର ଦାୟିତ୍ୱ ବଢ଼ିଯାଇଛି। ଦେଖିବାକୁ ବାକି ରହିଛି ଚାର୍ଜସିଟ୍‌ରେ ଦର୍ଶା ଯାଇଥିବା ସାକ୍ଷୀମାନେ କେତେଦୂର ସାଂସଦଙ୍କ ନାଁରେ ବୟାନ ଦେବେ। ସିବିଆଇ ଚାର୍ଜସିଟ୍‌ ମୁତାବକ ପ୍ରମାଣ କରିପାରିଲେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବ। ନହେଲେ ନିର୍ଦ୍ଦୋଷରେ ଖଲାସ ହେବେ।”

ଭୁବନେଶ୍ୱର ଗସ୍ତରେ ଆସିଥିବା ବରିଷ୍ଠ ସିପିଆଇଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି,“ଗରିବଙ୍କୁ ଠକିଥିବା ଚିଟ୍‌ଫଣ୍ଡ କମ୍ପାନୀର ମାଲିକଙ୍କୁ ଉଚିତ ଦଣ୍ଡ ଦିଆଯାଉ। ଏହାଛଡ଼ା ସେମାନଙ୍କ ସମ୍ପତ୍ତିକୁ ଜବତ ଠକାମିରେ ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ। ମାତ୍ର ସିବିଆଇ ତଦନ୍ତ କରିବା ପାଇଁ ଅଧିକ ସମୟ ନେଉଥିବାର ମାମଲା ସମାଧାନ ହେଉନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story