ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଉରକେଲାରେ ଉତ୍ତେଜନା, ୧୪୪ ଧାରା ଜାରି

ରାଉରକେଲା:ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ରାଉରକେଲାରେ ଉତ୍ତେଜନା ଦେଖା ଦେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରାଉରକେଲା ଏସ୍‌ପି ଅଫିସ୍ ସମ୍ମୁଖରେ ଏକ ଗୋଷ୍ଠୀ ରାସ୍ତା ଅବରୋଧ କରି ଗାଡି ଭଙ୍ଗାରୁଜା କରିଛନ୍ତି। ଏପରିକି ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ପୋଲିସକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ବିଗୁଡୁ ଥିବାରୁ ଅଞ୍ଚଳରେ ୧୪୪ ଧାରା ଜାରି […]

rourkela

rourkela

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 11:21 PM IST

Sports

Latest News

ରାଉରକେଲା:ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ରାଉରକେଲାରେ ଉତ୍ତେଜନା ଦେଖା ଦେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରାଉରକେଲା ଏସ୍‌ପି ଅଫିସ୍ ସମ୍ମୁଖରେ ଏକ ଗୋଷ୍ଠୀ ରାସ୍ତା ଅବରୋଧ କରି ଗାଡି ଭଙ୍ଗାରୁଜା କରିଛନ୍ତି। ଏପରିକି ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ପୋଲିସକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ବିଗୁଡୁ ଥିବାରୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ ଆସିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ସହରର ମୁଖ୍ୟ ମାର୍ଗ ଅବରୋଧ କରାଯାଇଥିଲା। ଫଳରେ ଉଦିତ ନଗର ଜଗନ୍ନାଥ ମନ୍ଦିରର ବାହୁଡା ରଥ ଟଣା ବାଧାପ୍ରାପ୍ତ ହୋଇଥିଲା। ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ କିଛିଲୋକ ଟାୟାର ଜାଳି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପରେ ରଥଟଣା ସୁରୁଖୁରରେ ହୋଇଥିଲା।

ଗିରଫ ଅଭିଯୁକ୍ତଙ୍କୁ ଛାଡିବାକୁ ଦାବି କରି ବଜରଙ୍ଗ ଦଳ ପକ୍ଷରୁ ସନ୍ଧ୍ୟାରେ ପୁଣି ଥରେ ରାସ୍ତା ଅବରୋଧ କରାଯାଇଥିଲା। ଏହାକୁ ନେଇ ସହରରେ ଉତ୍ତେଜନା ଦେଖାଦେଇଛି। ଗିରଫ ବ୍ୟକ୍ତିଙ୍କୁ ଖଲାସ କରା ନ ଗଲେ ଆସନ୍ତାକାଲି ରାଉରକେଲା ବନ୍ଦ କରାଯିବ ବୋଲି ବଜରଙ୍ଗ ଦଳ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos