ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଆକ୍ରମଣରେ ରୋଗୀ ମୃତ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ ରୋଗୀଙ୍କ ଲୁହା ପାଇପ୍‌ ମାଡ଼ରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶମ୍ଭୁନାଥ ମୁଣ୍ଡାରୀ ଘଟଣା ପରେ ଅଭିଯୁକ୍ତ ରୋଗୀ ଜଣଙ୍କ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି। ଗତକାଲି ରାତିରେ ଶମ୍ଭୁନାଥଙ୍କ ପାଖ ବେଡରେ ଯାଦବ ମୁଣ୍ଡା ନାମକ ଜଣେ ରୋଗୀ ଭର୍ତ୍ତି ହୋଇଥିଲେ। ରାତିରେ କୌଣସି କାରଣରୁ ଯାଦବ ଶମ୍ଭୁନାଥଙ୍କୁ ହତ୍ୟା କରିବା ପରେ ଫେରାର […]

Rourkela

Rourkela

Rakesh Mallick
  • Published: Sunday, 29 January 2017
  • Updated: 29 January 2017, 03:13 PM IST

Sports

Latest News

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ ରୋଗୀଙ୍କ ଲୁହା ପାଇପ୍‌ ମାଡ଼ରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶମ୍ଭୁନାଥ ମୁଣ୍ଡାରୀ ଘଟଣା ପରେ ଅଭିଯୁକ୍ତ ରୋଗୀ ଜଣଙ୍କ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି।

ଗତକାଲି ରାତିରେ ଶମ୍ଭୁନାଥଙ୍କ ପାଖ ବେଡରେ ଯାଦବ ମୁଣ୍ଡା ନାମକ ଜଣେ ରୋଗୀ ଭର୍ତ୍ତି ହୋଇଥିଲେ। ରାତିରେ କୌଣସି କାରଣରୁ ଯାଦବ ଶମ୍ଭୁନାଥଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି।

ମୃତକଙ୍କ ଭାଇ ଭଲା ମୁଣ୍ଡାରୀ କହିଛନ୍ତି,“ଲୁହା ପାଇପ୍‌ରେ ପିଟି ମାରି ଦେଲା। ମୁଁ ସିକ୍ୟୁରିଟିକୁ ଡାକିଲି, ହେଲେ କାହାକୁ ପାଇଲି ନାହିଁ। ସିଷ୍ଟର ରୁମ୍‌କୁ ଯାଇ କହିବା ପରେ ଡାକ୍ତରଙ୍କୁ ଡାକିବାକୁ କହିଲେ। ଡାକ୍ତର ଆସି ଚେକ୍‌ କରିବା ପରେ ଭାଇକୁ ମୃତ ଘୋଷଣା କରିଥିଲେ।”

ଡାକ୍ତରଖାନା ଡେପୁଟି ସିଡିଏମ୍‌ଓ ଶଶାଙ୍କ କବି ଶତପଥୀ କହିଛନ୍ତି,“ଶମ୍ଭୁନାଥଙ୍କୁ ବୁର୍ଲା ମେଡିକାଲକୁ ଗତକାଲି ସ୍ଥାନାନ୍ତର କରାଯାଇଥିଲା। ଅର୍ଥାଭାବରୁ ସେ ଯାଇ ନ ଥିଲେ। ଆଜି ବୁର୍ଲା ଯାଇଥାନ୍ତେ। ତାଙ୍କ ପାଖ ବେଡରେ ଗୋଡରେ ଘା’ ହୋଇଥିବା କାରଣୁରୁ ଯାଦବ ମୁଣ୍ଡା ଭର୍ତ୍ତି ହୋଇଥିଲେ। କୌଣସି କାରଣରୁ ସେ ଶମ୍ଭୁନାଥଙ୍କୁ ଆକ୍ରମଣ କରିଥିଲେ। ରାତି ପ୍ରାୟ ୩ଟାରେ ଖବର ପାଇ ଡାକ୍ତର ଯାଇ ଚିକିତ୍ସା କରିଥିଲେ। ରୋଗୀଙ୍କ ମୁଣ୍ଡ ଫାଟିଥିବା ବେଳେ ଆଖି ତଳ କଳା ପଡିଥିଲା। ସକାଳ ପ୍ରାୟ ୫ଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।”

ଏପରି ଘଟଣା କାହିଁକି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos