ଲାଞ୍ଚ ଅଭିଯୋଗ: ଆର୍‌ଏସ୍‌ପି ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ରାଉରକେଲା: ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍‌ଏସ୍‌ପି)ର ୱାର୍କ୍ସ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବି.ପି ବର୍ମାଙ୍କୁ ଗିରଫ କରିଛି ସିବିଆଇ। ଏ ନେଇ ସିବିଆଇ ଏସ୍‌ପି ସୂଚନା ଦେଇଛନ୍ତି। ବି.ପି.ବର୍ମାଙ୍କୁ ଲାଞ୍ଚ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ତାଙ୍କ ନାଁ ବିନୟ କୁମାର ସିଂହ। ସେ ଭିସାଭିଅସ କଂପାନୀର ପ୍ରତିନିଧି। ଉଭୟଙ୍କୁ ରାଉରକେଲା ସିବିଆଇ ଅଫିସ୍‌ରେ ଜେରା କରାଯିବା ପରେ ଭୁବନେଶ୍ୱର ନିଆଯାଇଛି। ଗତକାଲି ଅପରାହ୍ଣରେ ସିବିଆଇର […]

rsp1

rsp1

Rakesh Mallick
  • Published: Monday, 09 January 2017
  • Updated: 09 January 2017, 11:57 AM IST

Sports

Latest News

ରାଉରକେଲା: ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍‌ଏସ୍‌ପି)ର ୱାର୍କ୍ସ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବି.ପି ବର୍ମାଙ୍କୁ ଗିରଫ କରିଛି ସିବିଆଇ। ଏ ନେଇ ସିବିଆଇ ଏସ୍‌ପି ସୂଚନା ଦେଇଛନ୍ତି।

ବି.ପି.ବର୍ମାଙ୍କୁ ଲାଞ୍ଚ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ତାଙ୍କ ନାଁ ବିନୟ କୁମାର ସିଂହ। ସେ ଭିସାଭିଅସ କଂପାନୀର ପ୍ରତିନିଧି।

ଉଭୟଙ୍କୁ ରାଉରକେଲା ସିବିଆଇ ଅଫିସ୍‌ରେ ଜେରା କରାଯିବା ପରେ ଭୁବନେଶ୍ୱର ନିଆଯାଇଛି।

ଗତକାଲି ଅପରାହ୍ଣରେ ସିବିଆଇର ଏକ ୬ ଜଣିଆ ଟିମ୍ ରାଉରକେଲାର ସେକ୍ଟର ୧୯ ସ୍ଥିତ ତାଙ୍କର ସରକାରୀ ବାସଭବନ ସହ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ୨୦ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ଏତେ ସଂଖ୍ୟକ ନୂଆ ନୋଟ୍ ଜବତ ନେଇ ସିବିଆଇ ତନାଘନା ଜାରି ରଖିଛି। ଚଢ଼ାଉ ବେଳେ ସିବିଆଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

ତିନି ଦିନ ତଳେ ବର୍ମାଙ୍କୁ ବୋକାରୋ ଷ୍ଟିଲ୍‌ପ୍ଲାଣ୍ଟର ୱାର୍କ୍ସ ଆଣ୍ଡ୍‌ ପ୍ରୋଜେକ୍ଟର ନିର୍ବାହୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲେ ହେଁ ସେ ସେଠାରେ ଯୋଗ ଦେଇ ନାହାନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos