ଆରଟିଆଇ ପରିସରରୁ ଭିଜିଲାନ୍ସ ବାଦ, ଆଉ ମିଳିବନି ତଦନ୍ତ ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର: ସୂଚନା ଅଧିକାର ଆଇନ (ଆରଟିଆଇ ଆକ୍ଟ) ଜରିଆରେ ମିଳିବନି ଭିଜିଲାନ୍ସ ତଦନ୍ତ ସମ୍ପର୍କିତ ତଥ୍ୟ। ଅମୋଘ ଅସ୍ତ୍ର କୁହାଯାଉଥିବା ତଥା ଦେଶରେ ଦୁର୍ନୀତି ରୋକିବାକୁ ଆସିଥିବା ଆରଟିଆଇ ଆକ୍ଟ ପରିସରରୁ ଭିଜିଲାନ୍ସ ବିଭାଗକୁ ବାଦ୍‌ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରୁ ଏହା ସ୍ପଷ୍ଟ ହୋଇଛି। ବିଜ୍ଞପ୍ତି ଅନୁସାରେ ଏହି ଆଇନସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଭିଜିଲାନ୍ସ ବିଭାଗ ଉପରେ ଲାଗୁ ହେବ […]

Rti-and-vigilace

Rti-and-vigilace

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 08:59 PM IST

Sports

Latest News

RTI-logoଭୁବନେଶ୍ୱର: ସୂଚନା ଅଧିକାର ଆଇନ (ଆରଟିଆଇ ଆକ୍ଟ) ଜରିଆରେ ମିଳିବନି ଭିଜିଲାନ୍ସ ତଦନ୍ତ ସମ୍ପର୍କିତ ତଥ୍ୟ। ଅମୋଘ ଅସ୍ତ୍ର କୁହାଯାଉଥିବା ତଥା ଦେଶରେ ଦୁର୍ନୀତି ରୋକିବାକୁ ଆସିଥିବା ଆରଟିଆଇ ଆକ୍ଟ ପରିସରରୁ ଭିଜିଲାନ୍ସ ବିଭାଗକୁ ବାଦ୍‌ ଦେଇଛନ୍ତି ରାଜ୍ୟ ସରକାର।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରୁ ଏହା ସ୍ପଷ୍ଟ ହୋଇଛି। ବିଜ୍ଞପ୍ତି ଅନୁସାରେ ଏହି ଆଇନସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଭିଜିଲାନ୍ସ ବିଭାଗ ଉପରେ ଲାଗୁ ହେବ ନାହିଁ। ଆରଟିଆଇ ଆଇନର ଅନୁଚ୍ଛେଦ ୨୪ ମୁତାବକ ଏହା ଆଉ ଲାଗୁ ହେବ ନାହିଁ। ଫଳରେ ଏଣିକି ସାଧାରଣ ଲୋକେ ଆଉ ଭିଜିଲାନ୍ସ ତଦନ୍ତ ସମ୍ପର୍କିତ ତଥ୍ୟ ଆଇଟିଆଇ ମାଧ୍ୟମରେ ପାରିପାରିବେ ନାହିଁ।

ସାଧାରଣତଃ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସରକାରୀ କର୍ମଚାରୀ ମାନେ ହିଁ ଅଧିକାଂଶ ସମୟରେ ଭିଜିଲାନ୍ସ ଜାଲରେ ପଡନ୍ତି। ଫଳରେ ସରକାରଙ୍କ ରାଜକୋଷକୁ ଆସେ ବହୁ ଅର୍ଥ। ଆରଟିଆଇରୁ ଏହି ବିଭାଗ ବାଦ୍‌ ପଡିବା ପରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି,“ବହୁ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି। ସେମାନଙ୍କର ବ୍ୟକ୍ତିଗତ ଅର୍ଥ ଓ ଅନ୍ୟାନ୍ୟ ଜିନିଷ ବାଦରେ ବହୁ ସମୟରେ ଲୋକମାନେ ଆରଟିଆଇ ଆକ୍ଟ ମାଧ୍ୟମରେ ତଥ୍ୟ ମାଗିଥାନ୍ତି। ଏହି ସବୁ ତଥ୍ୟ ଦେବାରେ ବହୁତ ଅସୁବିଧା ହେଉଥିଲା। ତଦନ୍ତର ଗୋପନୀୟତା ଓ ନିରପେକ୍ଷତା ରହୁ ନ ଥିଲା। ବିଭାଗ ପକ୍ଷରୁ ସରକାରଙ୍କୁ ଏଥିନେଇ ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱୀକୃତି ଦେଇଛନ୍ତି।”

ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି,“କିଛି ସ୍ପର୍ଶକାତର ତଥ୍ୟ ଯେପରିକି କେଉଁ ବିଷୟରେ ତଦନ୍ତ ଚାଲିଛି, ସେହି ବିଷୟରେ କେହି ତଥ୍ୟ ମାଗିଲା,  ତାହା ତଦନ୍ତକୁ ପ୍ରଭାବିତ କରିବା ଆଶଙ୍କା ରହିଛି ତେବେ ସେ ତଥ୍ୟ ନ ଦେବା ପାଇଁ ଆଇନରେ ଉପଯୁକ୍ତ ବ୍ୟବସ୍ଥା ରହିଛି। ମୁଁ ଭାବୁଛି ଆରଟିଆଇ ଆକ୍ଟ ଭିଜିଲାନ୍ସ ବିଭାଗରେ ନ ରହିବା ଏକ ନୂଆ ନଜୀର ସୃଷ୍ଟି କରିବ। ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଉ ଲୋକଲୋଚନକୁ ଆସିପାରିବ ନାହିଁ।”

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି,“ଭିଜିଲାନ୍ସ ବିଭାଗକୁ ଆରଟିଆଇ ଆକ୍ଟ ପରିସରରୁ ବାଦ୍‌ ଦିଆଯିବା ନେଇ ଆମେ ପ୍ରଥମେ ରାଜ୍ୟପାଳଙ୍କୁ ଭେଟିବୁ। ଯାହାଙ୍କ ନାମରେ ଏଭଳି ଅଡର ପାସ୍‌ ହୋଇଛି ତାଙ୍କୁ ଆମେ ଭେଟି ଏକ ସ୍ମାରକ ପତ୍ର ଦେବୁ। ଏହା ସହ ଆମେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବୁ। କେଉଁ ପରିସ୍ଥିତିରେ ଆରଟିଆଇ ପରିସରରୁ ଭିଜିଲାନ୍ସକୁ ବାହାରେ ରଖା ଗଲା ତାହା ଆମେ ଜାଣିବାକୁ ଚାହୁଁଛୁ। ଏହା ବେଆଇନ୍‌ ଓ ଅଯୁକ୍ତିକର ବୋଲି ଆମେ କୋର୍ଟରେ ପ୍ରମାଣ କରିବୁ।”

ଗୃହ, ପ୍ରତିରକ୍ଷା, ଅର୍ଥ ମନ୍ତ୍ରଣାଳୟ ସମେତ ଡିଆରଡିଓ ଓ ଦେଶର ସୁରକ୍ଷା ସହ ସମ୍ପୃକ୍ତ ବିଭିନ୍ନ ସଂସ୍ଥା ଏବଂ ଗୁଇନ୍ଦା ବିଭାଗକୁ ଆରଟିଆଇ ବାହାରେ ରଖିଛନ୍ତି କେନ୍ଦ୍ର ସରକାର। ସେହିପରି ଷ୍ଟେଟ୍‌ ସ୍ପେଶାଲ ବ୍ରାଞ୍ଚ, ଗୋଇନ୍ଦା ୱିଙ୍ଗ, ଏସ୍‌ଓଜି, କ୍ରାଇମ୍‌ବ୍ରାଞ୍ଚ ଏବଂ ଡିଷ୍ଟ୍ରିକ୍ଟ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ମିଶାଇ ମୋଟ ୫ଟି ବିଭାଗକୁ ରାଜ୍ୟ ସରାକାର ଆରଟିଆଇ ପରିସର ବାହାରେ ରଖିଥିବା ବେଳେ ଏବେ ଭିଜିଲାନ୍ସକୁ ବାଦ୍‌ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story