ଆସୁଛି ଘୂର୍ଣ୍ଣିଝଡ଼ ‘ରୁଆନୁ’; ମୁକାବିଲା ପାଇଁ ସରକାରୀ ତତ୍ପରତା

ଭୁବନେଶ୍ୱର: ଆସୁଛି ଘୂର୍ଣ୍ଣିଝଡ଼ ‘ରୁଆନୁ’। ଗୋପାଳପୁର ଉପକୂଳରୁ ୪୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ସାମୁଦ୍ରିକ ଝଡ଼ ‘ରୁଆନୁ’। ‘ରୁଆନୁ’ର ପ୍ରଭାବରେ ଅଶାନ୍ତ ହୋଇ ଉଠିଛି ସମୁଦ୍ର। ଆଜି ପବନର ବେଗ ୫୦ରୁ ୬୦ କିଲୋମିଟର ମଧ୍ୟରେ ରହିଛି। ପୁରୀ, ଗୋପାଳପୁର, ଭୁବନେଶ୍ୱର ଓ ବାଲେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଝିପି ଝିପି ବର୍ଷା ଲାଗି ରହିଛି। ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ‘ରୁଆନୁ’ ବାଂଲାଦେଶ ଆଡ଼କୁ ଗତି କରିବ ବୋଲି […]

naveen

naveen

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 04:55 PM IST

Sports

Latest News

naveenଭୁବନେଶ୍ୱର: ଆସୁଛି ଘୂର୍ଣ୍ଣିଝଡ଼ ‘ରୁଆନୁ’। ଗୋପାଳପୁର ଉପକୂଳରୁ ୪୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ସାମୁଦ୍ରିକ ଝଡ଼ ‘ରୁଆନୁ’। ‘ରୁଆନୁ’ର ପ୍ରଭାବରେ ଅଶାନ୍ତ ହୋଇ ଉଠିଛି ସମୁଦ୍ର। ଆଜି ପବନର ବେଗ ୫୦ରୁ ୬୦ କିଲୋମିଟର ମଧ୍ୟରେ ରହିଛି। ପୁରୀ, ଗୋପାଳପୁର, ଭୁବନେଶ୍ୱର ଓ ବାଲେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଝିପି ଝିପି ବର୍ଷା ଲାଗି ରହିଛି। ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ‘ରୁଆନୁ’ ବାଂଲାଦେଶ ଆଡ଼କୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଗୋପାଳପୁର ଠାରୁ ୪୮୦ କିଲୋମିଟର ଦୂରରେ ଥିବା ଘୂର୍ଣ୍ଣିଝଡ଼ “ରୁଆନ୍” ଆଜି ରାତି ୧୧ଟା ୩୦ ସୁଦ୍ଧା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ। ଫଳରେ ଆଜି ଆଜି ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ଆସନ୍ତାକାଲି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବ। ୨୪ ଘଣ୍ଟାରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଆସନ୍ତାକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ଗତକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗରେ ଯେଉଁ ଡିପ୍‌ ଡିପ୍ରେସନ୍ ସୃଷ୍ଟି ହୋଇଥିଲା ତାହା ସାଇକ୍ଲୋନିକ୍ ଷ୍ଟର୍ମ ‘ରୁଆନ୍‌’ରେ ପରିଣତ ହୋଇଛି। ଏହା ଗୋପାଳପୁର ଠାରୁ ୪୮୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି। ଏହା ପ୍ରଥମେ ଉତ୍ତର ଓ ଉତ୍ତର-ପଶ୍ଚିମ ଦେଇ ଗତି କରିବ ଆନ୍ଧ୍ର ଉପକୂଳରେ। ଓଡ଼ିଶାରେ ଥିବା ୪ଟି ବନ୍ଦରରେ ୨ ନମ୍ୱର  ବିପଦ ସଙ୍କେତ ଦିଆଯାଇଛି। ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି। ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।”

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଜି ସରକାରୀ ସ୍ତରରେ ବସିଥିଲା ଘନ ଘନ ବୈଠକ। ବାତ୍ୟା ଆସିଲେ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ପରିସ୍ଥିତିର ମୁକାବିଲା କରିବା ପାଇଁ ୧୦ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ସେବା ବାହିନୀକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଦିନ ପାଇଁ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି। ତେବେ ପବନର ବେଗ ୧୦୦ କିଲୋମିଟର ମଧ୍ୟରେ ରହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନର ଗତିକୁ ଦେଖି ସରକାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେବେ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, “ଆଜି ଓ ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିପ୍‌ ଡିପ୍ରେସନ୍ ଥିଲା ଏହା ବାତ୍ୟାରେ ପରିଣତ ହୋଇଛି। ହେଲେ ପବନର ବେଗ ୧୦୦ କିଲୋମିଟରରୁ କମ୍ ରହିବ। ତେଣୁ ଉପକୂଳ ଜିଲ୍ଲାରେ  ଯାହା କିଛି ପଦକ୍ଷେପ ନିଆଯିବା ଦରକାର ସେ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos