ପୂର୍ବତନ ସାଂସଦ ରୁଦ୍ର ମାଧବ ରାୟଙ୍କ ପରଲୋକ

ଭୁବନେଶ୍ୱର: କନ୍ଧମାଳର ପୂର୍ବତନ ସାଂସଦ ରୁଦ୍ର ମାଧବ ରାୟଙ୍କର ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ପୈତୃକ ଗାଁ ନୟାଗଡ଼ର ମଧ୍ୟଖଣ୍ଡରେ ଶୋକାକୁଳ ପରିବେଶରେ ରୁଦ୍ରମାଧବଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ହସ୍ପିଟାଲରୁ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ମରଶରୀରକୁ ନୟାଗଡ଼ ମଧ୍ୟଖଣ୍ଡକୁ ନିଆଯାଇଥିଲା। ତାଙ୍କ ମୃତ୍ୟୁରେ ବାଚସ୍ପତି ନିରଞ୍ଜନ […]

rudramadhav

rudramadhav

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 04:04 PM IST

Sports

Latest News

rudramadhavଭୁବନେଶ୍ୱର: କନ୍ଧମାଳର ପୂର୍ବତନ ସାଂସଦ ରୁଦ୍ର ମାଧବ ରାୟଙ୍କର ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

ପୈତୃକ ଗାଁ ନୟାଗଡ଼ର ମଧ୍ୟଖଣ୍ଡରେ ଶୋକାକୁଳ ପରିବେଶରେ ରୁଦ୍ରମାଧବଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ।

ହସ୍ପିଟାଲରୁ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ମରଶରୀରକୁ ନୟାଗଡ଼ ମଧ୍ୟଖଣ୍ଡକୁ ନିଆଯାଇଥିଲା।

ତାଙ୍କ ମୃତ୍ୟୁରେ ବାଚସ୍ପତି ନିରଞ୍ଜନ ପୂଜାରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦିଲ୍ଲୀପ ରାୟ, ବିଜେଡି ବିଧାୟକ ସମୀର ଦାଶ ଓ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

୧୯୩୭ ମସିହା ନଭେମ୍ବର ୨୩ ତାରିଖରେ ରୁଦ୍ର ମାଧବ ନୟାଗଡ଼ ଜିଲ୍ଲାର ମଧ୍ୟଖଣ୍ଡ ଗାଁରେ ଜନ୍ମ ହୋଇଥିଲେ। ସେ ଦଶପଲ୍ଲା ବିଧାନସଭା ଆସନରୁ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୫, ୧୯୯୫ରୁ ୧୯୯୭ ଓ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ। ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ସେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରହିଥିଲେ। ୨୦୦୯ରେ ସେ ପଞ୍ଚଦଶ ଲୋକସଭାକୁ କନ୍ଧମାଳ ଆସନରୁ ନିର୍ବାଚିତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସେ ୨୦୧୪ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ସାଂସଦ ହେମେନ୍ଦ୍ର ସିଂଙ୍କ ପରଲୋକ ପରେ ୨୦୧୪ରେ ଅନୁଷ୍ଠିତ କନ୍ଧମାଳ ଉପନିର୍ବାଚନରେ ସେ ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କଠାରୁ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos