ଋଣବୋଝ ଚିନ୍ତାରେ ପୁଣି ଦୁଇ ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଝାରସୁଗୁଡା/ଧର୍ମଗଡ: ରାଜ୍ୟରେ ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ। ଋଣ ବୋଝ ସହି ନ ପାରି ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ବଡ଼ବାହାଲ୍ ଗାଁ ଡୁଙ୍ଗୁରିପଡ଼ାର ଶଶି ଓରାମ୍ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନିଜର ୩ ଏକର ଜମିରେ ମୃତ ଶଶି ଧାନ ଫସଲ କରିଥିଲେ। ଏଥିପାଇଁ ସେ କୋଲାବିରା ସୋସାଇଟିରୁ ୪୦ ହଜାର ଟଙ୍କା ଋଣ କରିଥିଲେ […]

chasi atma hatya

chasi atma hatya

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 11:55 AM IST

Sports

Latest News

ଝାରସୁଗୁଡା/ଧର୍ମଗଡ: ରାଜ୍ୟରେ ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ। ଋଣ ବୋଝ ସହି ନ ପାରି ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ବଡ଼ବାହାଲ୍ ଗାଁ ଡୁଙ୍ଗୁରିପଡ଼ାର ଶଶି ଓରାମ୍ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ନିଜର ୩ ଏକର ଜମିରେ ମୃତ ଶଶି ଧାନ ଫସଲ କରିଥିଲେ। ଏଥିପାଇଁ ସେ କୋଲାବିରା ସୋସାଇଟିରୁ ୪୦ ହଜାର ଟଙ୍କା ଋଣ କରିଥିଲେ । ମରୁଡି ଯୋଗୁଁ ଧାନ ଫସଲ ଉଜୁଡି ଯିବାରୁ ସେ ଋଣ କିପରି ଶୁଝିବେ ସେହି ଚିନ୍ତାରେ ଥିଲେ । ଗତକାଲି ଅପରାହ୍ନ ପ୍ରାୟ ସାଢେ ୩ଟାରେ ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଗତକାଲିଠାରୁ ଏହି ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ନ ପହଞ୍ଚିବାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । ଏ ନେଇ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧଅଁରପୁର ଗାଁରେ ବୀର ମାଝି ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବୀର ନିଜର ୨ ଏକର ଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ମହାଜନଠାରୁ ହାତ ଉଧାରୀ କରିଥିଲେ। ହେଲେ ଚଳିତବର୍ଷ ବର୍ଷା ଠିକରେ ନ ହେବାରୁ ତାଙ୍କ ଜମିରେ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ଏହାକୁ ନେଇ ଦୀର୍ଘଦିନ ଧରି ବୀର ମାନସିକ ଚାପରେ ଥିଲେ । ଏପରିସ୍ଥିତିରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ସେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ତାଙ୍କର ଦୁଇ ପୁଅ ଦାଦନ ଖଟି ଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଗତ ଗୁରୁବାର ବଲାଙ୍ଗିରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ଇନ୍ଦ୍ରମଣି ପଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ଯୋଗୁଁ ଚିନ୍ତାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story