ସହକାରୀ ଯନ୍ତ୍ରୀ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ: ନିରପେକ୍ଷ ତଦନ୍ତ ଦାବି କଲେ ବିରୋଧୀ

ଭୁବନେଶ୍ୱର: ସହକାରୀ ଯନ୍ତ୍ରୀ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗରେ ଶନିବାର ଗୃହରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁଣି ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ। ଟ୍ରିବ୍ୟୁନାଲରେ ରହିତାଦେଶ ସତ୍ତ୍ୱେ କିପରି ନିଯୁକ୍ତି ଦିଆଗଲା ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଟ୍ରିବ୍ୟୁନାଲ୍ ଅନୁମତି ଦେଇ ନାହାନ୍ତି। କିନ୍ତୁ ଫଳ ପ୍ରକାଶ କରାଗଲା। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ପଠାଯାଇଥିଲା। ଯଦିଓ ଷ୍ଟେ […]

n mishra

n mishra

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 11:35 AM IST

ଭୁବନେଶ୍ୱର: ସହକାରୀ ଯନ୍ତ୍ରୀ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗରେ ଶନିବାର ଗୃହରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁଣି ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ। ଟ୍ରିବ୍ୟୁନାଲରେ ରହିତାଦେଶ ସତ୍ତ୍ୱେ କିପରି ନିଯୁକ୍ତି ଦିଆଗଲା ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଟ୍ରିବ୍ୟୁନାଲ୍ ଅନୁମତି ଦେଇ ନାହାନ୍ତି। କିନ୍ତୁ ଫଳ ପ୍ରକାଶ କରାଗଲା। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ପଠାଯାଇଥିଲା। ଯଦିଓ ଷ୍ଟେ ଅର୍ଡର୍ ବଳବତ୍ତର ଥିଲା ଟ୍ରିବ୍ୟୁନାଲ ଅନୁମତି ଦେଇ ନ ଥିଲେ ଫଳ ପ୍ରକାଶ କରିବା ପାଇଁ, ତଥାପି ଫଳ ପ୍ରକାଶ ପାଇଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ। ଏଥିପାଇଁ  ବିଧାନସଭାରେ ମୁଁ ଦାବି କଲି ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଉ। ଏଭଳି ସଂସ୍ଥା ତଦନ୍ତ କରୁ  ଯିଏ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ନ ଥିବ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଭାରତୀୟ ଜନତା ପାର୍ଟି ମଧ୍ୟ ଦାବି କରୁଛି ମୁଖ୍ୟମନ୍ତ୍ରୀ ଯଦି ପ୍ରକୃତରେ ସ୍ୱଚ୍ଛ ‌ଏବଂ ସାକ୍ଷାତକାରରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ ତାହା ହେଲେ ଏହାକୁ ସିବିଆଇ ତଦନ୍ତ କରିବାକୁ  ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ। ଏହାର ନିରପେକ୍ଷ ତଦନ୍ତ ହେଲେ ଅସଲ ତଥ୍ୟ ଲୋକେ ଜାଣିବେ । ଏହି ମାମଲାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସମସ୍ତେ ଧରାପଡ଼ିବେ।”

ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି, “କୋର୍ଟ ନିର୍ଦ୍ଦେଶକୁ ଠିକ୍ ଭାବେ ଉପସ୍ଥାପନା କରାଯାଇ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସାତ ଶହରୁ ଉର୍ଦ୍ଧ୍ୱ ଇଞ୍ଜିନିୟରଙ୍କୁ ଏକାବେଳେ ନିଯୁକ୍ତି ପତ୍ର ଦେଇଛନ୍ତି, ଏହାକୁ ବିରୋଧୀ ଦଳ ବାରଣ କରୁଛନ୍ତି। ନିଯୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ। ବିରୋଧୀ ଦଳ କେବଳ ବିରୋଧ କରିବା ପାଇଁ ବିରୋଧ କରୁଛନ୍ତି, ନିଯୁକ୍ତି ନ ଦେଲେ କହୁଛନ୍ତି କର୍ମଚାରୀ ନ ଥିବାରୁ କାମ ହେଉ ନାହିଁ। ନିଯୁକ୍ତି ଦେଲେ କହୁଛନ୍ତି ଦୁର୍ନୀତି ହୋଇଛି। ଏହା ଠିକ୍ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story