ସହିଦନଗର ଥାନା ହାଜତ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ବର୍ଗଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ

saheed-nagar-hazat-mrutueଭୁବନେଶ୍ୱର: ୨୦୧୨ ମସିହା ସହିଦନଗର ଥାନା ହାଜତ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷତିପୂରଣ ଦୋଷୀ ଅଧିକାରୀଙ୍କ ଠାରୁ ଦାୟ କରିବାକୁ କୋର୍ଟ ନିର୍ଦ୍ଦେଶକ ଦେଇଛନ୍ତି। ୪ ମାସ ଭିତରେ କ୍ଷତିପପୂରଣ ଦେବାକୁ କୁହାଯାଇଛି।

୨୦୧୨ ଜୁନରେ ନିଜକୁ ପୋଲିସର ପରିଚୟ ଦେଇ କୁଲଦୀପ ମହାପାତ୍ର ନାମକ ଯୁବକ ଟ୍ରକରୁ ଚାନ୍ଦା ଆଦାୟ କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ ମାରିବା ସହ ପୋଲିସର ଜିମା ଦେଇଥିଲେ। ଲୋକଙ୍କ ମାଡରେ କୁଲଦୀପ ଗୁରୁତର ଆହତ ହୋଇଥିଲେ। ତେବେ ପୋଲିସ ଯୁବକଙ୍କୁ ଚିକିତ୍ସ ନ କରାଇ ଥାନା ହାଜତରେ ରଖିଥିଲା। ପରେ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସର ଅବହେଳା ଓ ନିର୍ଯାତନା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ କୁଲଦୀପଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ।