ଢେଙ୍କାନାଳ ସମବାୟ ବ୍ୟାଙ୍କ ଋଣ ଜାଲିଆତି ଘଟଣା: ୫ ବର୍ଷ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଢେଙ୍କାନାଳ: ଢେଙ୍କାନାଳ ସମବାୟ ବ୍ୟାଙ୍କ ଋଣ ଜାଲିଆତିର ୫ ବର୍ଷ ପରେ ହେବ କ୍ରାଇମବାଞ୍ଚ ତଦନ୍ତ। ସମବାୟ ବିଭାଗ ଏ ନେଇ ପୋଲିସ୍ ଡିଜି ଓ ସିଆଇଡି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି। ଢେଙ୍କାନାଳ ସହରର ଜଗନ୍ନାଥ ରୋଡରେ ଥିଲା ଢେଙ୍କାନାଳ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ। ଏବେ କିନ୍ତୁ ଏଠାରେ ବ୍ୟାଙ୍କର ଚିହ୍ନବର୍ଣ୍ଣ ନାହିଁ। ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ଏହି ସମବାୟ ବ୍ୟାଙ୍କକୁ ୨୦୧୦ ଫେବୁଆରୀ ୧୭ ତାରିଖରେ ଲିକ୍ୟୁଡେଟ୍ ଘୋଷଣା କଲେ କୋଅପରିଟିଭ ସୋସାଇଟିର ରେଜିଷ୍ଟ୍ରାର। ୨୦୧୧ […]

dkl

dkl

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 03:05 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ସମବାୟ ବ୍ୟାଙ୍କ ଋଣ ଜାଲିଆତିର ୫ ବର୍ଷ ପରେ ହେବ କ୍ରାଇମବାଞ୍ଚ ତଦନ୍ତ। ସମବାୟ ବିଭାଗ ଏ ନେଇ ପୋଲିସ୍ ଡିଜି ଓ ସିଆଇଡି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି।

ଢେଙ୍କାନାଳ ସହରର ଜଗନ୍ନାଥ ରୋଡରେ ଥିଲା ଢେଙ୍କାନାଳ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ। ଏବେ କିନ୍ତୁ ଏଠାରେ ବ୍ୟାଙ୍କର ଚିହ୍ନବର୍ଣ୍ଣ ନାହିଁ। ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ଏହି ସମବାୟ ବ୍ୟାଙ୍କକୁ ୨୦୧୦ ଫେବୁଆରୀ ୧୭ ତାରିଖରେ ଲିକ୍ୟୁଡେଟ୍ ଘୋଷଣା କଲେ କୋଅପରିଟିଭ ସୋସାଇଟିର ରେଜିଷ୍ଟ୍ରାର। ୨୦୧୧ ଜୁନ୍ ୧୩ରେ ଲୋନ୍ ସବକମିଟି ୨ କୋଟି ୪୮ ଲକ୍ଷ ୨୨ ହଜାର ୮୯ ଟଙ୍କା ଋଣ ମଞ୍ଜୁର କରିଥିଲା। ତେବେ ମଞ୍ଜୁର ଋଣର ବିସ୍ତୃତ ତଥ୍ୟକୁ ଟାମ୍ପରିଂ କରି ପରିବର୍ତ୍ତନ କରାଯାଇଥିଲା। ତେଣୁ ଦିଆଯାଇଥିବା ଲୋନ୍ ଆଦାୟ ସମ୍ଭବ ହୋଇ ନ ଥିଲା। ଏହି ଜାଲିଆତି ଘଟଣାର ଏତେ ଦିନ ପରେ ସମବାୟ ବିଭାଗ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଚିଠି ଲେଖିଛି। ତଦନ୍ତ ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚିଠିରେ ଦର୍ଶାଇଛି ସମବାୟ ବିଭାଗ।

ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବାକୁ ଚିଠି ଲେଖାଯାଇଛି। ଏହି ଜାଲିଆତି ପାଇଁ କିଏ ନାୟୀ, କାହାଠାରୁ ଟଙ୍କା ଆଦାୟ କରାଯାଇ ପାରିବ- ଏସବୁର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଢେଙ୍କାନାଳର ଜଗନ୍ନାଥ ରୋଡରେ ଥିବା ବ୍ୟାଙ୍କ ବନ୍ଦ ହେବା ପରେ ଏବେ ଏଠାରୁ କିଛି ଦୂର ଦୁର୍ଗା ବଜାରରେ ଏକ ଭଡ଼ା ଘରେ ଚାଲିଛି ନାମକୁ ମାତ୍ର ଅଫିସ୍। ଏଠାରେ କାର୍ଯ୍ୟ କରୁଥିବା ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ସାମଲ କହିଛନ୍ତି ଯେ ଋଣ ଆଦାୟ ନେଇ ରିଜର୍ଭ ବ୍ୟାଙ୍କ ଯେଉଁ ଟାର୍ଗେଟ୍ ଦେଇଥିଲେ ତାହା କରାଯାଇ ନପାରିବାରୁ ବ୍ୟାଙ୍କ ବନ୍ଦ ହୋଇଗଲା। ଅନ୍ୟପକ୍ଷରେ ବ୍ୟାଙ୍କ ବନ୍ଦ ହୋଇ ଯାଇଥିବା ଯୋଗୁଁ ଏଥିରେ ଟଙ୍କା ଜମା ରଖିଥିବା ଲୋକେ ଭାରି ହଇରାଣ ହେଉଛନ୍ତି। ସେମାନଙ୍କୁ ସେମାନଙ୍କ ଜମା ରାଶି ମିଳି ପାରୁ ନାହିଁ। ଏମିତି ଜଣେ ଜମାକାରୀ ହେଉଛନ୍ତି ରବିନାରାୟଣ ଶତପଥୀ। ସେ କହିଛନ୍ତି ଯେ ସେ ଏକ ଜମି ବିକି ଟଙ୍କା ଜମା କରିଥିଲେ। ତା’ସହିତ ଆଉ କିଛି ଅର୍ଥ ଜମା କରିଥିଲେ। କିନ୍ତୁ ବ୍ୟାଙ୍କ ବନ୍ଦ ହୋଇଯିବା ଯୋଗୁଁ ସେ ଭାରି ହଇରାଣ ହେଉଛନ୍ତି। ପୁଅର ପାଠ ପଢ଼ା ହୋଇପାରିଲା ନାହିଁ। ଝିଅ ବାହାଘର ନେଇ ବି ସେ ଚିନ୍ତିତ ଅଛନ୍ତି।

ସମବାୟ ବିଭାଗ ଦ୍ବାରା ପରିଚାଳିତ ସମବାୟ ବ୍ୟାଙ୍କଗୁଡିକ ଅଳ୍ପ ସୁଧରେ ଚାଷୀଙ୍କୁ ଋଣ ଦେଇଥାନ୍ତି। କିନ୍ତୁ ଢେଙ୍କାନାଳ ସମବାୟ ବ୍ୟାଙ୍କ ଚାଷୀଙ୍କ ବଦଳରେ କିଛି ପ୍ରଭାବଶାଳୀ ଲୋକଙ୍କୁ ଋଣ ଦେଇଥିବା ଅଭିଯୋଗ ହୋଇଛି। କାଗଜ ପତ୍ରରେ ଜାଲିଆତି କରି ହଡ଼ପ କରାଯାଇଛି କୋଟି କୋଟି ଟଙ୍କ।। ଏବେ ଚାଷୀ ଆତ୍ମହତ୍ୟା ଓ ଋଣକୁ ନେଇ ଖୋଳତାଡ ଆରମ୍ଭ ହେବା ପରେ  ସମବାୟ ବିଭାଗର ମନେପଡିଛି କ୍ରାଇମବ୍ରାଞ୍ଚ ତଦନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos