ସମ୍ୱଲପୁର ମେଡ଼ିକାଲରୁ ଚୋରି ଶିଶୁ ବରଗଡ଼ରୁ ଉଦ୍ଧାର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ରୁ ଏକ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଏହି ଶିଶୁଟି ସମ୍ବଲପୁର ମେଡ଼ିକାଲରୁ ଚୋରି ହୋଇଥିବା ସନ୍ଦେହ କରାଯାଉଛି। ତେବେ ଉଦ୍ଧାର ଶିଶୁର ଡିଏନ୍‌ଏ ପରୀକ୍ଷା କରାଗଲେ ସତ ଜଣାପଡ଼ିବ ବୋଲି ସମ୍ୱଲପୁର ଏସ୍‌ପି କହିଛନ୍ତି। ଗତ ମାର୍ଚ୍ଚ ୨୩ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଯୁଜୁମରା ଥାନା ଅମଲିପାଣି ଗାଁର ଗୀତାଞ୍ଜଳି ମାଝୀ। ସେହି ଦିନ ବିଳମ୍ବିତ ରାତିରେ ଜଣେ ଅଜ୍ଞାତ ମହିଳା ଶିଶୁଟିକୁ ଚୋରି କରି ନେଇଥିଲେ। ମେଡ଼ିକାଲରେ ଲାଗିଥିବା ସିସିଟିଭିରେ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 04:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ରୁ ଏକ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଏହି ଶିଶୁଟି ସମ୍ବଲପୁର ମେଡ଼ିକାଲରୁ ଚୋରି ହୋଇଥିବା ସନ୍ଦେହ କରାଯାଉଛି। ତେବେ ଉଦ୍ଧାର ଶିଶୁର ଡିଏନ୍‌ଏ ପରୀକ୍ଷା କରାଗଲେ ସତ ଜଣାପଡ଼ିବ ବୋଲି ସମ୍ୱଲପୁର ଏସ୍‌ପି କହିଛନ୍ତି।

ଗତ ମାର୍ଚ୍ଚ ୨୩ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଯୁଜୁମରା ଥାନା ଅମଲିପାଣି ଗାଁର ଗୀତାଞ୍ଜଳି ମାଝୀ। ସେହି ଦିନ ବିଳମ୍ବିତ ରାତିରେ ଜଣେ ଅଜ୍ଞାତ ମହିଳା ଶିଶୁଟିକୁ ଚୋରି କରି ନେଇଥିଲେ। ମେଡ଼ିକାଲରେ ଲାଗିଥିବା ସିସିଟିଭିରେ ଚୋରିର ସମ୍ପୂର୍ଣ୍ଣ ଘଟଣା ରେକଡ଼ ହୋଇଥିଲା। ଏହି ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ସିସିଟିଭିରେ କଏଦ ହୋଇଥିବା ଚିତ୍ରକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମାତ୍ର ଚୋରି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାର କରିପାରିନଥିଲେ। ଏହାର ପ୍ରତିବାଦରେ ଶିଶୁର ମାଆ ଦୀପାଞ୍ଜଳି ମାଝୀ ଓ ବାପା ଅନିରୁଦ୍ଧ ଡାକ୍ତରଖାନାରେ ଧାରଣା ଦେଇଥିଲେ। ପିଲା ନମିଳିଲେ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ।

ଶିଶୁର ମାଆ ଦୀପାଞ୍ଜଳି ମାଝୀ କହିଛନ୍ତି-“ଉଦ୍ଧାର ହୋଇଥିବା ପିଲାର ମୁହଁ ମୋ’ ମୁହଁ ସହିତ ମିଶୁଛି। ତେଣୁ ଏହି ପିଲାଟି ମୋର। ଦୀର୍ଘ ୬ ମାସର ସଂଘର୍ଷ ପରେ ପିଲା ମିଳିଥିବା ଶୁଣି ଭାରି ଖୁସି ଲାଗୁଛି। ଭଗବାନଙ୍କ କୃପାରୁ ପିଲାଟି ମୋର ହୋଇଥାଉ। ଯଥାଶୀଘ୍ର ଡିଏନ୍‌ଏ ଚେଷ୍ଟ କରାଯାଇ ମୋର କୂଳକୁ ଫେରଇ ଦିଆଯାଉ।”

ଶିଶୁର ବାପା କହିଛନ୍ତି-“ପିଲାର ମୁହଁ ଆମ ସହିତ ମିଶୁଛି। ମାତ୍ର ଏନେଇ ପୋଲିସ କିଛି କହୁନାହିଁ। ଆମର ଆଶା ଅଛି ଆମ ପିଲା କୂଳକୁ ଫେରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story