ସମ୍ବଲପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ୱଲପୁର: ଦିନିକିଆ ସମ୍ବଲପୁର ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଛନ୍ତି। ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନବୀନ ୧୩୮ ଜଣ ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏହାସହ ୭୨ କୋଟି ଟଙ୍କା ବିନିଯୋଗରେ ୯ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସଦର ହସ୍ପିଟାଲ ପରିସରରେ ନବନିର୍ମୀତ ୫୦ ଶଯ୍ୟା ବିଶିଷ୍ଠ ମାତୃଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର, ସମଲେଶ୍ୱରୀ […]

sambalpur-cm

sambalpur-cm

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 01:09 PM IST

Sports

Latest News

ସମ୍ୱଲପୁର: ଦିନିକିଆ ସମ୍ବଲପୁର ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଛନ୍ତି। ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନବୀନ ୧୩୮ ଜଣ ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏହାସହ ୭୨ କୋଟି ଟଙ୍କା ବିନିଯୋଗରେ ୯ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସଦର ହସ୍ପିଟାଲ ପରିସରରେ ନବନିର୍ମୀତ ୫୦ ଶଯ୍ୟା ବିଶିଷ୍ଠ ମାତୃଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର, ସମଲେଶ୍ୱରୀ ମନ୍ଦିର ପରିସରରେ ସପିଂ କମ୍ଲେକ୍ସ ଓ ଅନ୍ୟ ଯାତ୍ରୀ ସୁବିଧା କେନ୍ଦ୍ର, ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ ପ୍ରକଳ୍ପ, ନୂତନ ରକ୍ତ ଭଣ୍ଡାର, କଂକ୍ରିଟ ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ ଆଦିର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି କେନ୍ଦୁପତ୍ର ତୋଳାଳୀଙ୍କୁ ୨୦୧୫ ବର୍ଷର ବୋନସ୍‌ ବଣ୍ଟନ କରି ଏକ ସାଧାରଣ ସଭାରେ ନବୀନ ଉଦବୋଧନ ଦେଇଥିଲେ।

ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ୨୨ ଦଫା ସମ୍ବଳିତ ଏକ ଦାବିପତ୍ର ଦେବା ପାଇଁ ଜିଲ୍ଲା କାର୍ଯ୍ୟାଳୟରୁ ପିଏଚ୍‌ଡି ପଡିଆ ଅଭିମୁଖେ ବାହାରି ଥିଲେ। ତେବେ ଲକ୍ଷ୍ମୀ ଟକିଜ୍‌ ଛକ ନିକଟରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ସେହିପରି ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗତକାଲି ବିଳମ୍ବିତ ରାତିରୁ କଂଗ୍ରେସ୍‌ ସଭାନେତ୍ରୀ ସୁରେଖା ମହିଳା ଓ କିଛି ମହିଳା କର୍ମୀଙ୍କୁ ଅଟକ ରଖିଥିଲା। ସେହିପରି ବିଜେପିର କିଛି କର୍ମୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos