ଦେଢ଼ କ୍ୱିଣ୍ଟାଲ ରୁପା ଅଳଙ୍କାର ଜବତ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରରୁ ପ୍ରାୟ ଅଢେଇ କ୍ୱିଣ୍ଟାଲ ଓଜନର ରୁପା ଅଳଙ୍କାର ଜବତ କରାଯାଇଛି। ଏହି ରୁପା ଅଳଙ୍କାର ଛତିଶଗଡ଼ରୁ ଏକ କାରରେ ଆସୁଥିବା ନେଇ ଖବର ପାଇ ସମ୍ୱଲପୁର ପୋଲିସ ଓ ବାଣିଜ୍ୟକର ବିଭାଗ ଚଢ଼ାଉ କରିଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରିକି କାରରେ ଥିବା କାଗଜପତ୍ର ମଧ୍ୟ  ଯାଞ୍ଚ କରାଯାଉଛି। ଏତେ ପରିମାଣର ରୁପା ଅଳଙ୍କାର କିଏ ଆଣୁଥିଲେ, ତାହା ଉପରେ ତଦନ୍ତ ଚାଲିଛି।