ସମୀର ମହାନ୍ତିଙ୍କୁ ମାଡ଼ ଘଟଣା: ବହିଷ୍କାର ହେଲେ ୯ ବିଜେପି ନେତା

ଭୁବନେଶ୍ୱର: ଗତ ୧୨ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ସମ୍ବଲପୁରରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ପୁଣି ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଶ ପଟେଲଙ୍କ ସମେତ ୯ ଜଣଙ୍କୁ ୬ ବର୍ଷ ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦଳରୁ ବହିଷ୍କାର କରିଛନ୍ତି। ଏ ନେଇ ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଦଳରୁ ବହିଷ୍କାର ହୋଇଥିବା ଅନ୍ୟ ନେତାମାନେ […]

samir-mohanty

samir-mohanty

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 09:04 PM IST

Sports

Latest News

ଭୁବନେଶ୍ୱର: ଗତ ୧୨ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ସମ୍ବଲପୁରରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ପୁଣି ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଶ ପଟେଲଙ୍କ ସମେତ ୯ ଜଣଙ୍କୁ ୬ ବର୍ଷ ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦଳରୁ ବହିଷ୍କାର କରିଛନ୍ତି। ଏ ନେଇ ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଦଳରୁ ବହିଷ୍କାର ହୋଇଥିବା ଅନ୍ୟ ନେତାମାନେ ହେଲେ ମାଲକାନଗିରି ଜିଲ୍ଲା ଉପସଭାପତି ସମୀର ବାବୁ, ଯୁବମୋର୍ଚ୍ଚାର ଅଶ୍ୱିନୀ ମାଝି, କାହ୍ନୁ ଶର୍ମା, ଶିବ ଦିୱାନ, ପ୍ରିନ୍ସ ସୋନି, ଗୋପାଳ ଅଗ୍ରୱାଲ, ରାଜା ବରାଡ ଏବଂ ମଣ୍ଟୁ ଅଗ୍ରୱାଲ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ୩ ଘଣ୍ଟା ଓରି ରୁଦ୍ଧଦ୍ୱାର ବୈଠକ ପରେ ଏପରି କଡ଼ା ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସଭାପତି। ନିଲମ୍ବିତ ହୋଇଥିବା ନବ ନିର୍ବାଚିତ ସଭ୍ୟ ରାଜ୍ୟ ସଭାପତିଙ୍କ ପାଖରେ ସେ ଦିନର ଘଟଣା ବର୍ଣ୍ଣନା କରିଥିଲେ। ତଲୱାରୀ ଓ ବନ୍ଧୁକ ମୁନରେ ସେମାନଙ୍କୁ ଡୁଇପ ବିରୋଧରେ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା ବୋଲି ୫ ଜଣ ନବ ନିର୍ବାଚିତ ସଦସ୍ୟ କହିଥିଲେ। ଏହି ଅବସରରେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ଦୂଜାରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ବୟାନ ଭିଡିଓ ରେକର୍ଡିଂ କରାଯାଇଥିଲା।

ଭୟଭୀତ ହୋଇ ଦଳୀୟ ହୁଇପ୍‌ ବିରୋଧରେ ଭୋଟ ଦେଇଥିବା ସଦସ୍ୟମାନେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେବା ପରେ ନିଲମ୍ବନ ଆଦେଶ ଉପରେ ପୁଣି ବିଚାର କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି।

ପୂର୍ବରୁ ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ୧୧ ଜଣଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଇଁ ସମୀର ମହାନ୍ତି ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ଯାଇଥିଲେ। ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହେବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଦଳର କିଛି କର୍ମୀଙ୍କ ଆକ୍ରମଣରେ ସମୀର ମହାନ୍ତି ଆହତ ହୋଇଥିଲେ।

ଦଳୀୟ କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ। ସେ କହିଛନ୍ତି,“ଅହଙ୍କାର ଏବେ କିଛି ଲୋକଙ୍କ ଆଭୂଷଣ ହୋଇଛି। ନିଜ ଦଳ ଭିତରରେ ଏଭଳି ହିଂସା ଶୁଭଙ୍କର ନୁହେଁ। ଶୃଙ୍ଖଳା ରକ୍ଷା ପାଇଁ ଦଶନ୍ଧୀରେ ଏହା ସବୁଠାରୁ କଠୋର ନିଷ୍ପତ୍ତି। ଏପରି ନିଷ୍ପତ୍ତି ଦଳକୁ ଶୃଙ୍ଖଳିତ କରିବ।”

ଅନ୍ୟପକ୍ଷରେ ବିଶୃଙ୍ଖଳା ପାଇଁ ବରଗଡ଼ ଓ ରାୟଗଡ଼ାର ୨ ଜଣ ଜିଲ୍ଲା ପରିଷଦଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବରଗଡ଼ ଜିଲ୍ଲା ପରିଷଦ ସଂଯୁକ୍ତା ମାଝି ଦଳରୁ ନିଲମ୍ବନ ହୋଇଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲା ପରିଷଦ ସାରଦା ସେନାପତି ଏବଂ ତାଙ୍କ ସ୍ୱାମୀ ବୃନ୍ଦାବନ ସେନାପତି ଦଳରୁ ନିଲମ୍ବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos