ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୮ ମନ୍ତ୍ରୀ, ଆହୁରି ୨ ଦେବେ

ଭୁବନେଶ୍ୱର: ବଦଳିବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳର ଚେହେରା। ଆସନ୍ତାକାଲି ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ। ଏଥିପାଇଁ ୧୦ ଜଣଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି।  ଆଜି ଅପରାହ୍ନ ୪ଟା ସୁଦ୍ଧା ଇସ୍ତଫା ଦେବାକୁ ଏହି ମନ୍ତ୍ରୀମାନଙ୍କୁ କୁହାଯାଇଛି। ଇତିମଧ୍ୟରେ ୮ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ସେମାନେ ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, […]

ministers

ministers

Rakesh Mallick
  • Published: Saturday, 06 May 2017
  • Updated: 06 May 2017, 01:35 PM IST

Sports

Latest News

ଭୁବନେଶ୍ୱର: ବଦଳିବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳର ଚେହେରା। ଆସନ୍ତାକାଲି ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ। ଏଥିପାଇଁ ୧୦ ଜଣଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି।  ଆଜି ଅପରାହ୍ନ ୪ଟା ସୁଦ୍ଧା ଇସ୍ତଫା ଦେବାକୁ ଏହି ମନ୍ତ୍ରୀମାନଙ୍କୁ କୁହାଯାଇଛି। ଇତିମଧ୍ୟରେ ୮ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ସେମାନେ ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

ଯୋଗେନ୍ଦ୍ର ବେହେରା ଓ ପ୍ରଦୀପ ଅମାତ ଇସ୍ତଫା ଦେବେ। ଇସ୍ତଫା ଦେବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କହିଥିବା କଥା ଯୋଗେନ୍ଦ୍ର ବେହେରା ସ୍ପଷ୍ଟ କରିଛନ୍ତି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀମାନେ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି। ସେମାନଙ୍କର ଏ ଅବଦାନ ପାଇଁ ମୁଁ କୃତଜ୍ଞ।”

ରାଜ୍ୟପାଳ ଏସ୍‌.ସି ଜମିର ନାଗାଲାଣ୍ଡରୁ ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା। ସକାଳେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ ନବୀନ ନିବାସକୁ ଯାଇଥିଲେ। ବରିଷ୍ଠ ନେତା ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ନବୀନ ନିବାସ ଯାଇଥିଲେ। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ନବୀନ ନିବାସ ଯାଇଥିଲେ। ସେ ମାତ୍ର ୨ ମିନିଟ୍ ମଧ୍ୟରେ ସେଠାରୁ ବାହାରି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos