ସଞ୍ଜୟଙ୍କ ଚିଟଫଣ୍ଡ୍ ଲିଙ୍କ୍: ସିବିଆଇ ଅଫିସ ଘେରିଲା ନବ ନିର୍ମାଣ ଛାତ୍ର ସଂଗଠନ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇକୁ ନେଇ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ନବ ନିର୍ମାଣ  ଛାତ୍ର ସଂଗଠନ ପକ୍ଷରୁ  ଭୁବନେଶ୍ୱର ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଟି ଚିଟଫଣ୍ଡ ସଂସ୍ଥାର ଗାଡ଼ି ମନ୍ତ୍ରୀ ବ୍ୟବହାର କରୁଥିବା ନେଇ ତାଙ୍କର ଇସ୍ତଫା ଦାବି କରାଯାଇଛି। ଜଣେ ବିକ୍ଷୋଭକାରୀ କହିଛନ୍ତି,  “ଜଣେ ରାଜନେତା ବିରୋଧରେ ଭଷ୍ଟ୍ରାଚାର ଅଭିଯୋଗ ଆସିଲେ ତାହା ଶୀଘ୍ର ତଦନ୍ତ କରାଯାଇଥାଏ। କିନ୍ତୁ  ତାହା ହେଉନାହିଁ। ମନ୍ତ୍ରୀ […]

sbi office

sbi office

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 09:32 AM IST

sbi officeଭୁବନେଶ୍ୱର: ଚିଟଫଣ୍ଡ ଠକେଇକୁ ନେଇ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ନବ ନିର୍ମାଣ  ଛାତ୍ର ସଂଗଠନ ପକ୍ଷରୁ  ଭୁବନେଶ୍ୱର ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଟି ଚିଟଫଣ୍ଡ ସଂସ୍ଥାର ଗାଡ଼ି ମନ୍ତ୍ରୀ ବ୍ୟବହାର କରୁଥିବା ନେଇ ତାଙ୍କର ଇସ୍ତଫା ଦାବି କରାଯାଇଛି।

ଜଣେ ବିକ୍ଷୋଭକାରୀ କହିଛନ୍ତି,  “ଜଣେ ରାଜନେତା ବିରୋଧରେ ଭଷ୍ଟ୍ରାଚାର ଅଭିଯୋଗ ଆସିଲେ ତାହା ଶୀଘ୍ର ତଦନ୍ତ କରାଯାଇଥାଏ। କିନ୍ତୁ  ତାହା ହେଉନାହିଁ। ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ  ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ବିଳମ୍ବ ହେଉଛି।  ଏହି ଘଟଣାକୁ ନବ ନିର୍ମାଣ ଛାତ୍ର ସଂଗଠନ ଦୃଢ ବିରୋଧ କରୁଛି। ସିବିଆଇ  ସଞ୍ଜୟ ଦାସ ବର୍ମାଙ୍କୁ ଗିରଫ କରି ଜେଲ ପଠାଇବାକୁ ଆମେ ଦାବି କରୁଛୁ।”

ଆଉ ଜଣେ  ଆନ୍ଦୋଳନକାରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ  ସ୍ୱଚ୍ଛ ଶାସନ କରୁଥିବା କହୁଥିବା ବେଳେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି। ଆମେ ଦାବି କରୁଛି ଦାସବର୍ମା ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ତୁରନ୍ତ  ତାଙ୍କୁ ତଦନ୍ତ ପରିସରଭୁକ୍ତ କରି ତାଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଯାଉ।”

ଆଉ ଜଣେ କର୍ମକର୍ତ୍ତା କହିଛନ୍ତି,“ ନବ ନିର୍ମାଣ ଛାତ୍ର ରାଜନୈତିକ ଦଳ  ନୁହେଁ । ଆମେ ରାଜନୈତିକ ଉଦ୍ଦେଶ୍ୟ  ରଖି ଆମେ କିଛି କହୁନାହୁଁ। ଯଦି ୭ଦିନ ଭିତରେ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଗିରଫ କରା ନ ଯାଏ ତାହା ହେଲେ ଓଡ଼ିଶାରେ ନିଆଁ ଜଳିବ। ସମସ୍ତ କଲେଜ ବନ୍ଦ ହେବ । ସବୁ ଜିଲ୍ଲାରେ ଯୁବକମାନେ ଏକାଠି ହେବେ। ବିଜେପ-ବିଜେଡି ମଧ୍ୟରେ ଯେଉଁ ଗୁପ୍ତ ବୁଝାମଣା ହୋଇଛି ତାହାକୁ ଯୁବକମାନେ ଭାଙ୍ଗିବାକୁ ପ୍ରୟାସ କରିବେ। ଏହି ଦେଶରେ ଛାତ୍ରମାନେ ବିକ୍ରି ହୋଇନାହାନ୍ତି। ସେମାନେ ସ୍ୱାଧୀନ ଅଛନ୍ତି। ଏହି ଛାତ୍ରମାନେ ଆଗକୁ ଏକଜୁଟ ହୋଇ ବଡ଼ ଆନ୍ଦୋଳନ କରିବେ।”

ଗତକାଲି  ୨୨ଟି ସଂଗଠନର  କର୍ମକର୍ତ୍ତା ଏକାଠି  ହୋଇ ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେଡି-ବିଜେପି ବୁଝାମଣା ଯୋଗୁଁ ସିବିଆଇ ଏହି ଘଟଣାର ତଦନ୍ତ ଠିକ୍‌ରେ କରୁ ନ ଥିବା ସେମାନେ ଅଭିଯୋଗ କରିଥିଲେ। ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ସଙ୍ଗଠନ ଗୁଡ଼ିକ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos