ସଞ୍ଜୀବ ମାରିକଙ୍କ ହଠାତ୍ ବଦଳିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଛୁଟିରେ ଯିବା ଓ କେ. ବି. ସିଂ ନୂଆ ଡିଜି ନିଯୁକ୍ତ ହେବା  ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଡିସେମ୍ୱର ୩୧ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍। ହଠାତ୍ ସରକାର କାହିଁକି ଏଭଳି ଏକ ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ କେଇମାସର କିଛି ଘଟଣାକ୍ରମକୁ ନେଇ ମାରିକଙ୍କ ଉପରେ ମୁଖ୍ୟମନ୍ତ୍ରୀ […]

dg

dg

Rakesh Mallick
  • Published: Sunday, 08 November 2015
  • Updated: 09 November 2015, 02:31 AM IST

Sports

Latest News

dgଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଛୁଟିରେ ଯିବା ଓ କେ. ବି. ସିଂ ନୂଆ ଡିଜି ନିଯୁକ୍ତ ହେବା  ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଡିସେମ୍ୱର ୩୧ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍। ହଠାତ୍ ସରକାର କାହିଁକି ଏଭଳି ଏକ ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ କେଇମାସର କିଛି ଘଟଣାକ୍ରମକୁ ନେଇ ମାରିକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା ଥିଲେ ବୋଲି କୁହାଯାଉଛି। ସେହିଭଳି ସରକାରଙ୍କ ପ୍ରତି ଆନୁଗତ୍ୟ ଦେଖାଇଥିବା କେ. ବି. ସିଂଙ୍କୁ ପୁରସ୍କାର ମିଳିଥିବା ଚର୍ଚ୍ଚା ହେଉଛି।

ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକଙ୍କୁ ହଟା ଦିଆଯିବା ପଛରେ ବିଭିନ୍ନ କାରଣ ଥିବା ଆଲୋଚନା ହେଉଛି। ଚଳିତବର୍ଷ ସୁରୁଖୁରୁରେ ନବକଳେବର ଶେଷ କରିବାରେ ସକ୍ଷମ ହୋଇଥିଲେ ମାରିକ। ହେଲେ ବନଯାଗ ଯାତ୍ରା ସମୟରେ ଦଇତାପତିଙ୍କୁ ପାଦ ଛୁଇଁବା ଘଟଣାକୁ ନେଇ ଆସିଥିଲେ ବିବାଦ ଘେରକୁ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ତାଗିଦ୍ ବି କରିଥିଲେ। ସେହିପରି କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ପରେ ନିଲମ୍ୱିତ ଆଇପିଏସ୍ ଅଫିସର ସତୀଶ ଗଜଭିୟେଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେଇ ସଞ୍ଜୀବ ମାରିକଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଗତମାସରେ ୫୦ ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳିକୁ ନେଇ ମଧ୍ୟ ସରକାର ସଞ୍ଜୀବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।

ଏ ନେଇ ପୂର୍ବତନ ପୋଲିସ ଡିଜି ଏସ.ଏନ. ତିୱାରୀ କହିଛନ୍ତି, ସଞ୍ଜୀବ ମାରିକ ସ୍ୱେଚ୍ଛାକୃତ ଭାବେ ଏପରି ନିଷ୍ପତ୍ତି ନେଇଥିବାର ପ୍ରଶ୍ନ ଉଠୁନାହିଁ । ତାଙ୍କୁ ଏଥିପାଇଁ ବାଧ୍ୟ କରାଯାଇ ପାରିଥାଏ । ଅତୀତରେ ବି ତାଙ୍କୁ ହଇରାଣ କରାଯାଇଛି। ପୂର୍ବରୁ ପୋଲିସ କାର୍ଯ୍ୟରେ ଏତେ ହସ୍ତକ୍ଷେପ କରାଯାଉ ନ ଥିଲା । ଏବେ ପୋଲିସକୁ ରାଜନୈତିକ ଆୟୁଧ ଭାବେ ଧରାଯାଉଛି ବୋଲି ସେ କହିଛନ୍ତି । ସେହିପରି ପୁର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, କିଛି ଘଟଣା ହୋଇଥିବ । ସେଥିପାଇଁ ତାଙ୍କୁ ହଠାତ ବଦଳି କରାଗଲା। ପୋଲିସ ଫୋର୍ସ ମଧ୍ୟ ଏହାର କାରଣ ଜାଣିବାକୁ ଚାହିଁବେ । ଏହାର ପ୍ରଭାବ ନିଶ୍ଚିତ ପଡିବ ବୋଲି ସେ କହିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାଶ କହିଛନ୍ତି, ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ନାଁରେ ଭିଜିଲାନ୍ସ ମାମଲାକୁ ଖାରଜ କରି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଭର୍ତ୍ସନା କରିଥିଲେ ହାଇକୋର୍ଟ। ପ୍ରକାଶଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ନେଇ ରାଜ୍ୟ ସରକାର ମାଗିଥିବା ଅନୁମତି ଉପରେ ଭିଜିଲାନ୍ସ ନିର୍ଦ୍ଦେଶକ ସହମତି ପ୍ରକାଶ କରି, ଶାସକ ଦଳ ପ୍ରତି ତାଙ୍କ ଆନୁଗତ୍ୟ ଦେଖାଇବାକୁ ଚାହିଁଥିଲେ। ଏହା ମୋର୍ ଲୟାଲ୍ ଦ୍ୟାନ୍ ଦି କିଙ୍ଗ୍ ବୋଲି କୋର୍ଟ କହିଥିଲେ। ସେତେବେଳେ ରାଜ୍ୟ ସରକାରଙ୍କ ପ୍ରତି ସେ ଆନୁଗତ୍ୟ ଦେଖାଇଥିବାରୁ କେ.ବି. ସିଂହଙ୍କୁ ପୋଲିସ ଡିଜି କରି ସରକାର ପୁରସ୍କାର ଦେଇଥିବା ସାମ୍ବାଦିକ ଦାଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story