ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କରିବାକୁ ଯାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାକୟ ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସରକାରୀ ଚାକିରିଆ ଓ ପେନସନ୍‌ଭୋଗୀଙ୍କୁ ରାଜ୍ୟ ସରକାର ଆଜି ଦୀପାବଳୀ ଭେଟି ବୋଲି କୁହାଯାଉଛି।

ଏହାଦ୍ୱାରା ୪ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଏବଂ ୩ ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବ। ସପ୍ତମ ବେତନ କମିଶନ ଲାଗୁ ପାଇଁ ସରକାର ଫିଟମେଣ୍ଟ କମିଟି ଗଠନ କରିବେ। ଏହି କମିଟି ନିୟମାବଳୀ ପ୍ରସ୍ତୁତ କରିବ ବୋଲି ସରକାରୀ ସ୍ତରରେ କୁହାଯାଇଛି।