ବିବାଦୀୟ ଯୁବତୀଙ୍କ ଏତଲା ପ୍ରସଙ୍ଗ: କୋର୍ଟରେ ହାଜର ପରେ ଜେଲ୍ ଗଲେ ସାରଥି, ଅକ୍ଟୋବର ୧୩ରେ ପୁଣି ହାଜର ହେବେ

କଟକ: ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସାରଥି ଘଟଣାରେ ବିବାଦୀୟ ଯୁବତୀଙ୍କ ଦ୍ୱିତୀୟ ଏତଲା ଆଧାରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲା ଉପରେ କୋର୍ଟରେ ସେ ନିଜ ମତ ରଖିଥିଲେ। ସେ ଜାମିନ୍ ଆବେଦନ କରି ନଥିଲେ କି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ତାଙ୍କୁ ରିମାଣ୍ଡରେ ନେବା ଲାଗି ମଧ୍ୟ କୋର୍ଟରେ ଆବେଦନ କରାଯାଇ ନଥିଲା। କୋର୍ଟ ତାଙ୍କୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଜେଲକୁ […]

sarathee

sarathee

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 06:19 AM IST

କଟକ: ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସାରଥି ଘଟଣାରେ ବିବାଦୀୟ ଯୁବତୀଙ୍କ ଦ୍ୱିତୀୟ ଏତଲା ଆଧାରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲା ଉପରେ କୋର୍ଟରେ ସେ ନିଜ ମତ ରଖିଥିଲେ। ସେ ଜାମିନ୍ ଆବେଦନ କରି ନଥିଲେ କି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ତାଙ୍କୁ ରିମାଣ୍ଡରେ ନେବା ଲାଗି ମଧ୍ୟ କୋର୍ଟରେ ଆବେଦନ କରାଯାଇ ନଥିଲା। କୋର୍ଟ ତାଙ୍କୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୩ରେ କରାଯିବ। ସେହିଦିନ ପୁଣି ଥର ସାରଥିଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସେତେବେଳ ତାଙ୍କୁ ଭିଡିଓକନଫରେନସିଂ ଜରିଆରେ କୋର୍ଟରେ ହାଜର କରାଯାଇପାରେ। ବିବାଦୀୟ ଯୁବତୀଙ୍କ ଏତଲା ଭିତ୍ତିରେ ଆଜି ପ୍ରଥମ ହାଜିରା ଥିବାରୁ ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟକୁ ଅଣା ଯାଇଥିଲା।

ପୂର୍ବରୁ ସାରଥିଙ୍କୁ କ୍ରାଇମବ୍ରାଞ୍ଚ କେସ୍ ନମ୍ୱର ୧୭/୨୦୧୫ରେ ଭିଡିଓ କନଫରେନସିଂ ଜରିଆରେ ଏସଡିଜେଏମଙ୍କ ନିକଟରେ ହାଜର କରାଯାଉଛି। ଅନ୍ୟପକ୍ଷରେ ଆଜି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ ସାରଥିଙ୍କୁ ରିମାଣ୍ଡରେ ନେବାକୁ ଆବଦେନ କରାଯାଇ ନଥିଲେ ହେଁ ଆଗାମୀ ୧୫ ଦିନ ମଧ୍ୟରେ ତାଙ୍କୁ ରିମାଣ୍ଡରେ ନେଇପାରିବ। ତେବେ କ୍ରାଇମବ୍ରାଞ୍ଚର କହିବା କଥା ହେଲା ସେମାନେ ସାରଥିଙ୍କଠାରୁ ଯାହା ଯାହା ଜାଣିବାକୁ ଚାହିଁଥିଲେ ତାହା ଜାଣିସାରିଛନ୍ତି। ତେଣୁ ଆଜି ରିମାଣ୍ଡ୍ ଆବେଦନ କରାଯାଇ ନଥିଲା।

କଟକ ଏସଡିଜେଏମ୍ କୋର୍ଟରେ ହାଜର ବେଳେ ସାରଥି ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଫସାଯାଇଛି ଓ ଫସାଯାଉଛି। ଚୌଦ୍ୱାର ଜେଲରେ ତାଙ୍କୁ ଦଣ୍ଡ ଦିଆଯାଉଛି। ଦୁଇ ମାସ ପରେ ସେ ଆଜି ମଣିଷମାନଙ୍କ ସ୍ୱର ଶୁଣୁଛନ୍ତି। ତାଙ୍କ ପାଖକୁ କାହାରିକୁ ଛଡ଼ାଯାଉନାହିଁ।

ସୂଚନାଯୋଗ୍ୟ, ସାରଥି ବିବାଦୀୟ ଯୁବତୀଙ୍କୁ ଧମକଚମକ ଦେବା ଭଳି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos