ସାରଥିଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କୁ ମିଳିଲା ଜାମିନ୍। ଅାଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏସ୍‌ସିବି ମେଡିକାଲ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ତାଙ୍କୁ ଜାମିନ ମିଳିଛି। ତେବେ ତାଙ୍କ ନାଁରେ ଅାହୁରି ଅନେକ ମାମଲା ରହିଥିବାରୁ ତାଙ୍କୁ ଜେଲ୍‌ରୁ ଏତେ ଶୀଘ୍ର ଛାଡ଼ ମିଳିବାର ସମ୍ଭାବନା ନାହିଁ। ସାରଥି ଏବେ ଚୌଦ୍ୱାର ଜେଲ୍‌ରେ ଅଛନ୍ତି।