ତେଜିଲା ସର୍ଦ୍ଦାର ରାଜା ଛାତ୍ରଛାତ୍ରୀ ସ୍ଥାନାନ୍ତର ବିବାଦ: ଆସନ୍ତାକାଲି ଭୁବନେଶ୍ୱରରେ ଏମକେସିଜି, ଭିଏସ୍ଏସ୍ ଓ ହାଇଟେକ୍ ପିଲାଙ୍କ ମିଳିତ ବିକ୍ଷୋଭ

ଭୁବନେଶ୍ୱର/ବ୍ରହ୍ମପୁର/ସମ୍ବଲପୁର: ତେଜିବାରେ ଲାଗିଛି ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସରକାରୀ କଲେଜକୁ ସ୍ଥାନାନ୍ତର ନିଷ୍ପତ୍ତି ବିବାଦ। ଏମକେସିଜି ଓ ଭିଏସ୍ଏସ୍ ମେଡିକାଲ କଲେଜରେ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ବେଳେ ଆଉ କିଛି ପିଲା ରାଜଧାନୀରେ ଧାରଣାରେ ବସିଛନ୍ତି। ଆସନ୍ତାକାଲି ସମସ୍ତ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱରରେ ମିଳିତ ରାଲି କରିବେ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ […]

medical-college-student

medical-college-student

Rakesh Mallick
  • Published: Wednesday, 02 December 2015
  • Updated: 03 December 2015, 02:18 AM IST

Sports

Latest News

ଭୁବନେଶ୍ୱର/ବ୍ରହ୍ମପୁର/ସମ୍ବଲପୁର: ତେଜିବାରେ ଲାଗିଛି ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସରକାରୀ କଲେଜକୁ ସ୍ଥାନାନ୍ତର ନିଷ୍ପତ୍ତି ବିବାଦ। ଏମକେସିଜି ଓ ଭିଏସ୍ଏସ୍ ମେଡିକାଲ କଲେଜରେ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ବେଳେ ଆଉ କିଛି ପିଲା ରାଜଧାନୀରେ ଧାରଣାରେ ବସିଛନ୍ତି। ଆସନ୍ତାକାଲି ସମସ୍ତ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱରରେ ମିଳିତ ରାଲି କରିବେ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଗତକାଲ ଠାରୁ ଧାରଣା ଜାରି ରଖିଛନ୍ତି। ଉତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ତେବେ ଛାତ୍ରଛାତ୍ରୀ ମାନେ ଆଉଟଡୋରରେ ତାଲା ପକାଇବା ନିଷ୍ପତ୍ତିରୁ ଓହରି ଯାଇଥିବା ସୂଚନା ମିଳିଛି। ସେପଟେ ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି।

ସେହିପରି ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିଛନ୍ତି। ଏଠାରେ ଛାତ୍ରଛାତ୍ରୀମାନେ ଗତ ୨୩ ତାରିଖରୁ ଆନ୍ଦୋଳନ ଚଳାଇଥିବା ବେଳେ ଗତକାଲି ସମ୍ୱଲପୁରରେ ରାଲି କରିଥିଲେ। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଏଠାରେ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି ଓ  ୩୨ ପ୍ରତିଶତ ଅଧ୍ୟାପକ ପଦବୀ ଫାଙ୍କା ପଡିଛି। ସେହି କାରଣରୁ ଏମସିଆଇ ଆଉ ଅଧିକ ସିଟ୍ ବୃଦ୍ଧି କରୁନାହିଁ। ଏଭଳି ପରିସ୍ଥିରେ କେଉଁ ଆଧାରରେ ଅଧିକ ସଂଖ୍ୟକ ପିଲା ଏଠାରେ ପଢିବେ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଏ ପ୍ରସଙ୍ଗରେ ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ତାର ଅନୁପାଳନ କରାଯିବ। ପିଲାଙ୍କ ପଢ଼ାରେ ଯେପରି ସମସ୍ୟା ସୃଷ୍ଟି ନହୁଏ ସେ ନେଇ ପଥ ନିର୍ଦ୍ଧାରଣ ହୋଇଛି।

ହାଇକୋର୍ଟଙ୍କ ନିଦ୍ଦେର୍ଶ ପରେ ରାଜ୍ୟ ସରକାର, ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣଙ୍କୁ ଏମକେସିଜି, ୫୪ଜଣଙ୍କୁ ଭିଏସ୍ଏସ୍ ଓ ବାକି ୧୫ ଜଣଙ୍କୁ ତିନିଟି ଘରୋଇ ମେଡିକାଲ କଲେଜ୍ରେ ଆଡମିସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଚାଲିଛି ବିବାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story