ଘରୋଇ କଲେଜରେ ନାମ ଲେଖା ଲାଗି ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ କାଉନସେଲିଂ ଆଜିଠୁ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସର୍ଦ୍ଦାର ରାଜାସ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଆଡମିଶନ ନେଇ ଆଜିଠୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେଉଛି। ଡିଏମଇଟି ୱେବସାଇଟରେ ଅନଲାଇନରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ। ୧୬ରେ ଛାତ୍ରଛାତ୍ରୀ ଆଲଟମେଣ୍ଟ ଡାଉନଲୋଡ୍ କରିବେ। ୧୮ ତାରିଖ ଦିନ ଡିଏମ୍ଇଟିଙ୍କ ଅଫିସରେ ନାମଲେଖା ହେବ। ଛାତ୍ରଛାତ୍ରୀଙ୍କ ଚଏସ୍ ଆଧାରରେ ନିଜ ରାଙ୍କ ଅନୁସାରେ ଡିଏମଇଟି କର୍ତ୍ତୃପକ୍ଷ କାଉନସେଲିଂ କରିବେ। ୪୧ ଜଣ କରି ୩ଟି ଘରୋଇ ମେଡିକାଲ କଲେଜରେ ଛାତ୍ରଛାତ୍ରୀ ନାମ ଲେଖାଇବେ ବୋଲି ଡିଏମଇଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏ ନେଇ ଗୁରୁବାର ଡିଏମଇଟି ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହୋଇଥିବା ଆଡମିଶନ ବାତିଲ କରାଯାଇଛି।