ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: ଓକିଲଙ୍କ କାର୍ଯ୍ୟ ବନ୍ଦ, କଳାବ୍ୟାଜ୍ ପିନ୍ଧିଲେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଓଡିଶା ଆଡ଼ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ବା ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ରାଜ୍ୟର ସମସ୍ତ ୧୧୦ଟି ବାର୍ ଆସୋସିଏସନ୍ ଓ ୩୫ଟି ସରକାରୀ କର୍ମଚାରୀ ସଂଘ ସହିତ ୧୬୪ଟି ସଂଘ। ଆଜି ରାଜ୍ୟବ୍ୟାପୀ ଓକିଲମାନେ କାର୍ଯ୍ୟବନ୍ଦ କରିଥିବା ବେଳେ ସରକାରୀ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି। ରାଜ୍ୟର ସମସ୍ତ କୋର୍ଟରେ ଓକିଲମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। ସ୍ୟାଟ୍ ବାର୍ ସହିତ ଅନ୍ୟ ବାର୍ ଆସୋସିଏସନ୍ ଗୁଡ଼ିକ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ […]

bar-councel

bar-councel

Rakesh Mallick
  • Published: Monday, 28 September 2015
  • Updated: 28 September 2015, 06:06 AM IST

Sports

Latest News

bar-councelଭୁବନେଶ୍ୱର: ଓଡିଶା ଆଡ଼ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ବା ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ରାଜ୍ୟର ସମସ୍ତ ୧୧୦ଟି ବାର୍ ଆସୋସିଏସନ୍ ଓ ୩୫ଟି ସରକାରୀ କର୍ମଚାରୀ ସଂଘ ସହିତ ୧୬୪ଟି ସଂଘ। ଆଜି ରାଜ୍ୟବ୍ୟାପୀ ଓକିଲମାନେ କାର୍ଯ୍ୟବନ୍ଦ କରିଥିବା ବେଳେ ସରକାରୀ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି। ରାଜ୍ୟର ସମସ୍ତ କୋର୍ଟରେ ଓକିଲମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। ସ୍ୟାଟ୍ ବାର୍ ସହିତ ଅନ୍ୟ ବାର୍ ଆସୋସିଏସନ୍ ଗୁଡ଼ିକ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରତିବାଦରେ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି। ସେହିପରି ସ୍ୟାଟର ୧୨ଜଣିଆ ପ୍ରତିନିଧି ଦଳ ମଧ୍ୟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଥିଲେ। ତେବେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ  ଓକିଲ ସଂଘ ଆନ୍ଦୋଳନକୁ ଜୋରଦାର କରିବାକୁ ସ୍ଥିର କରିଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ହାଇକୋର୍ଟ ବାର୍ ଆସୋସିଏସନ୍ ଆଜି କାର୍ଯ୍ୟରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି।

ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ରାଜ୍ୟ ବାର୍ କାଉନସିଲ୍ ରାଜ୍ୟ ସରକାରଙ୍କୁ ୧୫ ଦିନ ସମୟ ଦେଇଛି। ୧୫ ଦିନ ମଧ୍ୟରେ ସରକାର ସ୍ୟାଟ୍ ଉଚ୍ଛେଦ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନନେଲେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି  ରାଜ୍ୟ ବାର୍ କାଉନସିଲ୍ ପକ୍ଷରୁ କୁହାଯାଇଛି।

ଆଜି ଅପରାହ୍ନରେ ସ୍ୟାଟ୍ ବାର୍ ଆସୋସିଏସନର ଏକ ୩୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos