ପଦାରେ ପଡ଼ିଲା ଜାଲିଆତି: ଷ୍ଟେଟ୍‌ ବ୍ୟାଙ୍କରୁ ଋଣ ନେଇଛନ୍ତି ୧୬ ଭୁତ ହିତାଧିକାରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ଏକ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କୃଷିଋଣ ଜାଲିଆତି ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କରଚୁଲି ଷ୍ଟେଟ୍‌ ବ୍ୟାଙ୍କରୁ ୨୦୧୪ ଓ ୧୫ରେ କିଷାନ କ୍ରେଡିଟ୍ କାର୍ଡରେ ଋଣ ନେଇଥିବା ୧୬ଜଣ ହିତାଧିକାରୀଙ୍କର ଏବେ ପତ୍ତା ମିଳୁନି। ଗାଁକୁ ଯିବା ପରେ ସେଭଳି ନାଁରେ କୌଣସି ବ୍ୟକ୍ତି ନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ ଘଟଣାର ତଦନ୍ତ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 09:34 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ଏକ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କୃଷିଋଣ ଜାଲିଆତି ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କରଚୁଲି ଷ୍ଟେଟ୍‌ ବ୍ୟାଙ୍କରୁ ୨୦୧୪ ଓ ୧୫ରେ କିଷାନ କ୍ରେଡିଟ୍ କାର୍ଡରେ ଋଣ ନେଇଥିବା ୧୬ଜଣ ହିତାଧିକାରୀଙ୍କର ଏବେ ପତ୍ତା ମିଳୁନି। ଗାଁକୁ ଯିବା ପରେ ସେଭଳି ନାଁରେ କୌଣସି ବ୍ୟକ୍ତି ନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଦୟପୁର ଗାଁର ବାରିକ ନାୟକ। ଆଜକୁ ୧୮ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ସେ ୨୦୧୪ ମସିହାରେ କରଚୁଲି ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ୭୩,୦୦୦ ଟଙ୍କା ଋଣ ନେଇଥିବା କାଗଜପତ୍ର ଜଣାପଡ଼ିଛି। କେବଳ ବାରିକ ନୁହନ୍ତି କରଚୁଲି ଶାଖାରୁ ଏଭଳି ମୋଟ ୧୬ ଜଣ ଚାଷୀ କିଷାନ କ୍ରେଡିଟ୍ କାର୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି। ଏହି ୧୬ ଜଣ ଚାଷୀ ନିର୍ଦ୍ଧାରିତ ତାରିଖରେ ଋଣ ଶୁଝି ନାହାନ୍ତି। ଫିଲ୍ଡ ଭିଜିଟ୍ ସମୟରେ ସେଭଳି ନାଁରେ କୌଣସି ବ୍ୟକ୍ତି ମିଳୁ ନାହାନ୍ତି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଦର୍ଶାଇଛି।

ଏଭଳି ଜାଲିଆତି ସମ୍ପର୍କରେ ଜଣାପଡ଼ିବା ପରେ ଏସ୍‌ବିଆଇ କରଚୁଲି ଶାଖା ପକ୍ଷରୁ ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଆଇପିସି ୪୬୮, ୪୭୧, ୪୦୯ ଓ ୪୨୦ରେ ଠକେଇ ଓ ଜାଲିଆତି ଭଳି ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଋଣ ନେଇଥିବା ୧୬ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଉଦୟପୁରର ୪ଜଣ, ନିମାପଲ୍ଲୀର ୪ଜଣ, ବି. କରଡ଼ାବାଡ଼ିର ୩ଜଣ, ସିଙ୍ଗିପୁରର ୩ଜଣ, କୁଞ୍ଜବନ ଓ ଭଗବାନପୁରର ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି।

ଉଦୟପୁର ବାସିନ୍ଦା ସତ୍ୟ ନାୟକ କହିଛନ୍ତି-“ବାରିକଙ୍କର ୧୮ ବର୍ଷ ତଳେ ମୃତ୍ୟୁ ହୋଇଛି। ୨୦୧୪ ମସିହାରେ ସେ କେମିତି କୃଷୀ ଋଣ ଆଣିଲେ? କ’ଣ ଶ୍ମଶାନରୁ ଉଠି ଋଣ ନେଲେ?”

ଉଦୟପୁର ବାସିନ୍ଦା ପପିନା କହିଛନ୍ତି-“ଆମେ ଛୋଟଛୋଟ ଥିଲୁ ବାପା ମରି ଗଲେଣି। ଆମେ କୌଣସି ଋଣ ନେଇନାହିଁ। ଆମ ନାଁରେ କିଏ କୃଷି ଋଣ ନେଇଛି ଜାଣିନୁ।”

ବି.କରଡ଼ାବାଡ଼ି ସରପଞ୍ଚ ସୀମାଞ୍ଚଳ ପ୍ରଧାନ କହିଛନ୍ତି-“ଋଣ ନେଇଥିବା ରେଣୁ ଦେଈ ଓ କୈଳାସ ପରି ବ୍ୟକ୍ତି ଆମ ପଞ୍ଚାୟତରେ ନାହାନ୍ତି।”

ଭଞ୍ଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ କହିଛନ୍ତି-“କୃଷି ଋଣ ଜାଲିଆତି ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos