ଏସସିବି ପ୍ରଫେସରଙ୍କ ହେଟ୍‌ ଷ୍ଟୋରୀ;ପୀଡିତାଙ୍କ ବୟାନ ରେକର୍ଡ କଲା ପୋଲିସ୍‌

କଟକ: କଟକ ଏସସିବି ଡେଣ୍ଟାଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ମଙ୍ଗଳବାଗ ପୋଲିସ ତଦନ୍ତ ଜାରି ରଖିଛି । ମଙ୍ଗଳବାଗ ପୋଲିସର ଏକ ଟିମ୍ ଆଜି ଛାତ୍ରୀ ନିବାସ ଯାଇ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଛି। ଆଇପିସିର ଧାରା ୧୬୧ ଆଧାରରେ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି ପୋଲିସ୍।

କଟକ ବଡ଼ ମେଡିକାଲର ଡେଣ୍ଟାଲ ବିଭାଗର ଆସୋସିଏଟ୍ ପ୍ରଫେସର ନିରଞ୍ଜନ ମିଶ୍ର ଓ ସିନିୟର ରେସିଡେଣ୍ଟ କ୍ରିଷ୍ଣଗୋପାଲ ବିର୍ମିଓ୍ୱାଲ ଉତ୍ତରାଖଣ୍ଡର ଜଣେ ଛାତ୍ରୀଙ୍କୁ ନିୟମିତ ଯୌନ ନିର୍ଯାତନା ଦେଇ ଆସୁଥିବା ଛାତ୍ରୀ ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଯୌନ ନିର୍ଯାତନା ଘଟଣା ସଂପର୍କରେ ଛାତ୍ରୀ ଜଣଙ୍କ ବିଭାଗୀୟ ଏଚଓଡି ଇନ୍ଦୁଭୂଷଣ କରଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଏଚ୍ଓଡି ତାଙ୍କୁ ଗାଳିଗୁଲଜ କରିଥିବା ଛାତ୍ରୀ ଜଣଙ୍କ ଏଫ୍ଆଇଆରରେ ଦର୍ଶାଇଛନ୍ତି। ଛାତ୍ରୀଙ୍କ ଏଫ୍ଆଇଆର ପରେ ଗତକାଲି ଅଭିଯୁକ୍ତ ଆସୋସିଏଟ୍ ପ୍ରଫେସର ଓ ସିନିୟର ରେସିଡେଣ୍ଟ ଓ ବିଭାଗୀୟ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ କରିଥିଲା ମଙ୍ଗଳବାଗ ପୋଲିସ୍।