“ବିକାଶ ପାଇଁ ନୁହେଁ ଭୋଟ୍ ପାଇବାକୁ ପ୍ରସ୍ତୁତ ହେଉଛି ଯୋଜନା”

ଭୁବନେଶ୍ୱର: ବିକାଶ ନୁହେଁ ଭୋଟ୍ ପାଇବାକୁ ପ୍ରସ୍ତୁତ ହେଉଛି ଯୋଜନା। ମୂଳ ସମସ୍ୟାକୁ ଦେଖି ଜନମଙ୍ଗଳକାରୀ ଯୋଜନା ପ୍ରସ୍ତୁତ ହେବା ଉଚିତ୍। ନିର୍ବାଚନ ଜିତିବା ପାଇଁ ଓ ଭୋଟ୍ ପାଇବା ପାଇଁ ଜନମଙ୍ଗଳକାରୀ ଯୋଜନ ପ୍ରସ୍ତୁତ କରାଯିବା କଥା ନୁହେଁ। କିନ୍ତୁ ଏବେ ଏଭଳି ହେଉଛି। ଭୋଟ୍ ପାଇଁ ଯୋଜନା ପ୍ରସ୍ତୁତ ହେଲେ ଦେଶର ଗଣତନ୍ତ୍ର ଭୁଶୁଡ଼ି ପଡ଼ିବ। ଆଜି ଓଟିଭିର ୭ମ ବାର୍ଷିକ ଆଲୋଚନାଚକ୍ର ‘ଫୋର୍‌ସାଇଟ୍ ୨୦୧୭’ରେ “ଜନମଙ୍ଗଳକାରୀ ଯୋଜନା: ଭୋଟ୍ ବ୍ୟାଙ୍କ୍ ପାଇଁ ନାଁ […]

panel

panel

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 04:46 PM IST

Sports

Latest News

ଭୁବନେଶ୍ୱର: ବିକାଶ ନୁହେଁ ଭୋଟ୍ ପାଇବାକୁ ପ୍ରସ୍ତୁତ ହେଉଛି ଯୋଜନା। ମୂଳ ସମସ୍ୟାକୁ ଦେଖି ଜନମଙ୍ଗଳକାରୀ ଯୋଜନା ପ୍ରସ୍ତୁତ ହେବା ଉଚିତ୍। ନିର୍ବାଚନ ଜିତିବା ପାଇଁ ଓ ଭୋଟ୍ ପାଇବା ପାଇଁ ଜନମଙ୍ଗଳକାରୀ ଯୋଜନ ପ୍ରସ୍ତୁତ କରାଯିବା କଥା ନୁହେଁ। କିନ୍ତୁ ଏବେ ଏଭଳି ହେଉଛି। ଭୋଟ୍ ପାଇଁ ଯୋଜନା ପ୍ରସ୍ତୁତ ହେଲେ ଦେଶର ଗଣତନ୍ତ୍ର ଭୁଶୁଡ଼ି ପଡ଼ିବ। ଆଜି ଓଟିଭିର ୭ମ ବାର୍ଷିକ ଆଲୋଚନାଚକ୍ର ‘ଫୋର୍‌ସାଇଟ୍ ୨୦୧୭’ରେ “ଜନମଙ୍ଗଳକାରୀ ଯୋଜନା: ଭୋଟ୍ ବ୍ୟାଙ୍କ୍ ପାଇଁ ନାଁ ବିକାଶ ପାଇଁ?” ଶୀର୍ଷକ ଆଲୋଚନାରେ ଭାଗ ନେଇ ଏଭଳି ମତ ରଖିଥିଲେ ଅତିଥିମାନେ।

ଆଲୋଚନାରେ ଭାଗ ନେଇ ଉତ୍କଳ ଭାରତ ମୁଖ୍ୟ ଖାରବେଳ ସ୍ୱାଇଁ କହିଥିଲେ ଯେ ଗରିବକୁ ମଧ୍ୟବିତ୍ତ କରିବାକୁ ଲକ୍ଷ୍ୟ ରଖାଯାଉ। ଗରିବକୁ ଗରିବ କରି ରଖିବାର ଯେଉଁ ଆଭିମୁଖ୍ୟ ରହିଛି ଓଡ଼ିଶା ସରକାରଙ୍କର ସେଥିରେ ପରିବର୍ତ୍ତନ ଆସୁ। ରାଜ୍ୟ ସରକାର ଚାହୁଁଛନ୍ତି ଗରିବ ସବୁ ବେଳେ ତାଙ୍କ ପାଖରେ ହାତ ପତାନ୍ତୁ ଓ ସେ କେନ୍ଦ୍ର ସରକାରଙ୍କ ନିକଟରେ ହାତ ପତାଇବେ। ଏହା କେବେ ବିକାଶର ଆଭିମୁଖ୍ୟ ନୁହେଁ।

ସେ ଆହୁରି କହିଥିଲେ ଯେ ଓଡ଼ିଶାରେ ଯେଉଁ ଜନମଙ୍ଗଳକାରୀ କାର୍ଯ୍ୟ କରାଯାଉଛି ତା’ର ଆଭିମୁଖ୍ୟଟି କେବେ ହେଲେ ବିକାଶ ନୁହେଁ। ତା’ର ଆଭିମୁଖ୍ୟଟି ରହିଛି ସବୁବେଳେ ଲୋକଙ୍କୁ ଭିକାରୀ କରି ରଖିବା। ଏହାକୁ ଯଦି ପରିବର୍ତ୍ତନ କରା ନ ଯିବ ତା’ହେଲେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ। ୨୦ଟି ବଡ଼ ରାଜ୍ୟ ମଧ୍ୟରେ ବିକାଶରେ ଓଡ଼ିଶା ସବୁ ବେଳେ ୧୮ କି ୧୯ ନମ୍ବରରେ ରହୁଛି। ବିକାଶ ନେଇ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସିଲେ ରାଜ୍ୟ ଆଗକୁ ବି ଏହି ସ୍ଥାନରେ ରହିବ। ଆଉ ଉପରକୁ ଉଠି ପାରିବ ନାହିଁ।

ବିଜେପି ନେତା ସୁରେଶ ପୂଜାରୀ ଏହି ଆଲୋଚନାରେ ଭାଗ ନେଇ କହିଥିଲେ,“ଜନହିତକର ଯୋଜନାଗୁଡ଼ିକର ଆବଶ୍ୟକତା ଅଛି। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଧୀରେ ଧୀରେ ଦେଖାଯାଉଛି ଏହି ଆବଶ୍ୟକତା ପଛକୁ ପଡ଼ିଯାଉଛି ଓ ଏହା ମାଧ୍ୟମରେ ନିଜର ନିହିତ ଉଦ୍ଦେଶ୍ୟ ସାଧନ କରିବାର ପ୍ରଚେଷ୍ଟା କରାଯାଉଛି। ଭ୍ରୂଣ ଧାରଣ କରିବାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରାଯାଉଛି। ଏମିତି ହୋଇପାରେ କେଉଁ ରାଜ୍ୟରେ କେତେ ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ତାହା ଗଣିବା ପାଇଁ କମିଶନ ବି ଗଠନ ହୋଇପାରେ।”

ସେ କହିଥିଲେ,“ମୂଳ ପ୍ରସଙ୍ଗକୁ ନେଇ ଯୋଜନା ପ୍ରସ୍ତୁତ ହେବା ଉଚିତ୍। ସାମଗ୍ରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବା ଦରକାର। ଯୋଜନାଟି କାର୍ଯ୍ୟକାରୀ ହେଲେ କେତେ ଭୋଟ୍ ମିଳିବ ସେ ନେଇ ଚିନ୍ତା କରାଗଲା ବିକାଶ ସାଧିତ ହୋଇପାରିବ ନାହିଁ।”

ଟଙ୍କିକିଆ ଚାଉଳର ଉଦାହରଣ ଦେଇ ସେ କହିଥିଲେ,“ଟଙ୍କିକିଆ ଚାଉଳ ବଣ୍ଟନ ନେଇ ମୋର ଅଭିଯୋଗ ନାହିଁ। ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଇ ଦିଆଯିବା ଉଚିତ୍। ତେବେ କେତେ ଦିନ? ସେମାନଙ୍କୁ ଟଙ୍କିକିଆ ଚାଉଳ ଦେବା ସହ ସେମାନଙ୍କ ବିକାଶ କଥା ଚିନ୍ତା କରାଯାଉ। ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଯୋଜନା କରାଯାଉ।”

ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ନାଗରିକମାନଙ୍କ ମୌଳିକ ଅଧିକାରକୁ ଯୋଗାଇ ଦେବାକୁ ସରକାରଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼େ। କିନ୍ତୁ ଅନେକ ଯୋଜନା ତିଆରି କରାଯାଏ ରାଜ୍ୟର ବିକାଶ ପାଇଁ ନୁହେଁ ଶସ୍ତା ରାଜନୀତି ପାଇଁ। କେବଳ ନିର୍ବାଚନ ଜିତିବା ପାଇଁ କିଛି ଯୋଜନା ପ୍ରସ୍ତୁତ କରାଯାଏ। ଏହା ଦୁର୍ଭାଗ୍ୟଜନକ। କେବଳ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କଲେ ଦେଶର ଗଣତନ୍ତ୍ର ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ।”

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ସବୁ ଯୋଜନାଗୁଡ଼ିକ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରସ୍ତୁତ କରାଯାଉଛି ବୋଲି କହିଲେ ଭୁଲ୍ ହେବ।

ନରସିଂହ କହିଥିଲେ,“ମୁଁ ଟଙ୍କିକିଆ ଚାଉଳ ଯୋଜନାକୁ ସମର୍ଥନ କରୁଛି। ଏହା ଦ୍ୱାରା ବହୁ ଗରିବ ଲୋକ ଉପକୃତ ହେଉଛନ୍ତି। କିନ୍ତୁ ସରକାର ଯଦି ଏହାକୁ ଏଇଠି ଶେଷ କରି ଦିଅନ୍ତି ତା’ହେଲେ ଏହି ଯୋଜନାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବା କେବଳ ଭୋଟ୍ ପାଇବା ପାଇଁ କରାଯାଇଛି ବୋଲି କୁହାଯିବ। ତେଣୁ ଟଙ୍କିକିଆ ଚାଉଳ ନେଉଥିବା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଚେଷ୍ଟା କରିବା ଉଚିତ୍।”

ଏହି ଆଲୋଚନାଚକ୍ରରେ ମତ ରଖି ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ,“ବାସ୍ତବତାକୁ ଦୃଷ୍ଟିରେ ନ ରଖି ଅନୁମାନ କରି ଯେଉଁ ଯୋଜନା କରାଯାଉଛି ତାହା ଫଳପ୍ରଦ ହେଉ ନାହିଁ। ଓଡ଼ିଶା ନୁହେଁ ସାରା ଦେଶରେ ଏ ଅବସ୍ଥା। ଭୋଟରମାନଙ୍କୁ ଖୁସି କରିବା ପାଇଁ ଶସ୍ତା ପ୍ରଚାର ସବୁଠୁ ହେଉଛି। ସାରା ଦେଶରେ ଏବେ ଯେଉଁ ସବୁ ଯୋଜନା କରାଯାଉଛି ତା’ର ମୁଖ୍ୟ ଉଦ୍ଦେଶ୍ୟ ସମାଜର କଲ୍ୟାଣ ପାଇଁ ନୁହେଁ, କ୍ଷମତା ଦଖଲ ପାଇଁ। ସେବା ଓ ତ୍ୟାଗର ଭିତ୍ତିଭୂମିରେ ତିଆରି ଭାରତ ବର୍ଷର ଗଣତନ୍ତ୍ରରେ ଆଜି କ୍ଷମତା ଓ ସଂପତ୍ତି ପାଇଁ ପ୍ରତିଯୋଗିତା ଚାଲିଛି। ଗଣମାଧ୍ୟମ, ସମାଜ ବିଜ୍ଞାନୀ ଓ ଅର୍ଥନୈତିଜ୍ଞ ଯଦି ଏହା ଉପରେ ଦୃଷ୍ଟିପାତ କରନ୍ତି ତା’ହେଲେ ଏଥିରେ କିଛି ପରିବର୍ତ୍ତନ ହୋଇପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story